ସତ ଉଗାରିଲା ଦାଉଦ ଇବ୍ରାହିମର ଭଣଜା ଅଲ୍ଲିଶାହ ପାରକର: କରାଚିରେ ଲୁଚିଛି ଭାରତର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଛି ବଡ ସଫଳତା | ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହାତରେ ଲାଗିଛି ଭାରତର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ କୁ ନେଇ ବଡ ସୁରାଖ | ଏଥିସହ ଧରାପଡି ଯାଇଛି ପାକିସ୍ତାନର ମିଛ।

ଏବେ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ କରାଚିରେ ଲୁଚିଥିବା ଭଣଜା ଅଲ୍ଲିଶାହ ପାରକର ସୂଚନା ଦେଇଛି । ଏଥିସହ ଯେକୌଣସି ଉତ୍ସବ ବେଳେ ତା’ ପରିବାର ଦାଉଦ ଇବ୍ରାହିମ୍‌ର ପତ୍ନୀଙ୍କ ସହ ସମ୍ପର୍କରେ ରୁହେ ବୋଲି ଇଡି ଆଗରେ ଖୁଲାସା କରିଛି ଅଲ୍ଲିଶାହ।

୧୯୮୬ ପରେ ଦାଉଦ ଇବ୍ରାହିମ ଭାରତ ଛାଡିଦେଇଥିଲା। ବର୍ତ୍ତମାନ ସେ ପାକିସ୍ତନାର କରାଚିରେ ଲୁଚିଛି। ଦାଉଦ ଇବ୍ରାହିମକୁ ବିଶ୍ୱସ୍ତରରେ ଆତଙ୍କବାଦୀ ବୋଲି ଘୋଷଣା କରିସାରିଛି ସଂଯୁକ୍ତ ରାଷ୍ଟ୍ର। ଇଡିର ପଚରାଉଚରା ବେଳେ ଅଲ୍ଲିଶାହା କହିଛି, ‘ଦାଉଦ ଇବ୍ରାହିମ୍‌ ତା’ ମାମୁ। ସେ ୧୯୮୬ ଯାଏଁ ଦକ୍ଷିଣ ମୁମ୍ବାଇର ଡମ୍ବରବାଲା ବିଲ୍ଡିଂର ଚତୁର୍ଥ ଫ୍ଲୋରରେ ରହୁଥିଲେ। କିନ୍ତୁ କିଛି ସମ୍ପର୍କୀୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେ ଏବେ କରାଚିରେ ଥିବା ମୁଁ ଶୁଣିବାକୁ ପାଇଛି।’

ଦାଉଦ ଇବ୍ରାହିମର ଭଣଜା ଆହୁରି କହିଛି, ‘ ଯେତେବେଳେ ସେ କରାଚି ଯାଇଥିଲେ, ସେତେବେଳେ ମୁଁ ଜନ୍ମ ହୋଇନଥିଲି। ବର୍ତ୍ତମାନ ମୁଁ କିମ୍ବା ମୋ ପରିବାର ତାଙ୍କ ସହ ସମ୍ପର୍କରେ ନାହିଁ। କିନ୍ତୁ ବେଳେ ବେଳେ ଇଦ୍‌, ଦୀପାବଳି କିମ୍ବା ଅନ୍ୟ କୌଣସି ଉତ୍ସବ ବେଳେ ତାଙ୍କ ପତ୍ନୀ ମହଜବିନ୍‌ ଦାଉଦ ଇବ୍ରାହିମଙ୍କ ସହ କଥାବାର୍ତ୍ତା ହେଉ। ସେ ମୋ(ଅଲ୍ଲିଶାହା) ପତ୍ନୀ ଅଇସା ଓ ମୋ ଭଉଣୀମାନଙ୍କ ସହ କଥାବାର୍ତ୍ତା ହୁଅନ୍ତି।’

ଉଲ୍ଲେଖଯୋଗ୍ୟ ଯେ, ଦାଉଦ ଇବ୍ରାହିମ୍‌ ହେଉଛି ଭାରତର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ। ସେ ଭାରତରେ ଅନେକ ଆତଙ୍କବାଦ କର୍ଯ୍ୟାକଳାପ ସହ ଜଡିତ। ଦାଉଦ ଇବ୍ରାହିମକୁ ଦୀର୍ଘ ଦନ ଧରି ଖୋଜା ଚାଲିଛି। ଏହାପୂର୍ବରୁ ଏନ୍‌ଆଇଏ ପଳାତକ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ଦ୍ୱାରା ସଂଚାଳିତ ହେଉଥିବା ବିଭିନ୍ନ କାରବାର ନେଣଦେଣ ସମ୍ଭାଳୁଥିବା ଅଭିଯୋଗରେ ମେ’ ୧୩ ତାରିଖରେ ଗ୍ୟାଙ୍ଗଷ୍ଟର ଛୋଟା ସକିଲର ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା। ଏହି ଦୁଇ ଜଣ ଆରିଫ ଅବୁବକର ଶେଖ, ଓ ସବ୍ବିର ଅବୁବକର ଶେଖ୍‌ ରୂପେ ଚିହ୍ନଟ ହୋଇଥିଲେ।

ସେହିପରି ନିକଟରେ ମୁମ୍ବାଇ ଓ ଥାଣେର ବିଭିନ୍ନ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ କରି ତଦନ୍ତ ପାଇଁ ଅନେକ ସନ୍ଧଗ୍ଧଙ୍କୁ ରାଡର୍‌ରେ ରଖିଥିଲା। ଆରିଫ ଏବଂ ସବ୍ବିର ମଧ୍ୟ ଏଥିରେ ସାମିଲ ଥିଲେ। ଡି-କମ୍ପାନୀ ସହ ଏହି ଦୁଇ ଜଣଙ୍କ ସମ୍ବନ୍ଧ ଥିବା ଜଣାପଡିବା ପରେ ଏମାନଙ୍କୁ ଏନ୍‌ଆଇଏ ଗିରଫ କରିଥିଲା।

Related Posts