ହିଟଲର ଏବଂ ଷ୍ଟାଲିନଙ୍କ ଅପେକ୍ଷା ବିଜେପିର ଶାସନ ଖରାପ: ମମତା ବାର୍ନାଜୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ରାଜ୍ୟ କାର‌୍ୟ୍ୟରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଥିବାର ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାନାର୍ଜୀ ଦାବି କରିଛନ୍ତି ଯେ ଆଡଲଫ୍ ହିଟଲର, ଜୋସେଫ ଷ୍ଟାଲିନ କିମ୍ବା ବେନିଟୋ ମୁସୋଲିନିଙ୍କ ଅପେକ୍ଷା ବିଜେପିର ଶାସନ ଅଧିକ ଖରାପ। ଗଣତନ୍ତ୍ରର ସୁରକ୍ଷା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସ୍ୱାଧୀନତା ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ରାଜ୍ୟ କାର‌୍ୟ୍ୟରେ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରୁଛନ୍ତି।

ଏହା ଦେଶର ଫେଡେରାଲ୍ ଗଠନକୁ ନଷ୍ଟ କରୁଛି । ସେଠାରେ ତୁଗଲାକି ନିୟମ ବଳବତ୍ତର ରହିଛି। ମମତା କହିଛନ୍ତି ଯେ ଏଜେନ୍ସିଗୁଡ଼ିକୁ ସ୍ୱାଧୀନତା ଦିଆଯିବା ଉଚିତ ଏବଂ କୌଣସି ରାଜନୈତିକ ହସ୍ତକ୍ଷେପ ବିନା ନ୍ୟାୟପୂର୍ଣ୍ଣ ଭାବରେ କାର‌୍ୟ୍ୟ କରିବାକୁ ଅନୁମତି ଦିଆଯାଉ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts