ଜମ୍ମୁ କାଶ୍ମୀର ସାମ୍ବା ଜିଲ୍ଲା ଚକ ଫାକ୍ୟୁରା ସୀମାରୁ ସୁଡଙ୍ଗ ଠାବ

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଠାବ ହେଲା ସିଡ଼ଙ୍ଗ | ସାମ୍ବା ଜିଲ୍ଲା ଚକ ଫାକ୍ୟୁରା ସୀମାରୁ ଏହି ସିଡ଼ଙ୍ଗକୁ ଠାବ କରାଯାଇଛି | ଏହି ସୁଡଙ୍ଗ ଠାବ କରିଛି ବିଏସଏଫ । ବୁଧବାର ସନ୍ଧ୍ୟାରେ ଏହି ଟନେଲ ଠାବ କରିଛି ସୀମା ସୁରକ୍ଷା ବଳ । ଏପ୍ରିଲ 22ରେ ସୁଞ୍ଜୱାନାରେ ଦୁଇ ପାକିସ୍ତାନୀ ଆତଙ୍କୀକୁ ନିପାତ କରିବା ପରେ ଏହି ସୁଡଙ୍ଗ ଠାବ ହୋଇଛି । ସୀମାରେ କଡ ସୁରକ୍ଷା ବ୍ୟବସ୍ଥାକୁ ଦେଖି ଆତଙ୍କୀମାନେ ଅନୁପ୍ରବେଶ କରି କିଛି ବଡ ଧରଣର ଯୋଜନା କରିଥିବା ସନ୍ଦେହ କରାଯାଉଛି ।

ଜମ୍ମୁ ସାମ୍ବା ଜିଲ୍ଲାରେ ସୁ଼ଡଙ୍ଗ ଠାବ କଲା ବିଏସଏଫଜମ୍ମୁ ସାମ୍ବା ଜିଲ୍ଲାରେ ସୁ଼ଡଙ୍ଗ ଠାବ କଲା ବିଏସଏଫଜଣେ ଅଧିକାରୀ କହିଛନ୍ତି ଅନ୍ତର୍ଜାତୀୟ ସୀମାରୁ 150 ମିଟର ଦୂର ଏବଂ ସୀମାରୁ 50 ମିଟର ଦୂରରେ ଏକ ସୁଡଙ୍ଗ ଖୋଳା ଯାଇଛି । ଯାହା ଭାରତ ସୀମାଠୁ 900ମିଟର ଦୂରରେ ରହିଛି । ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ ଗସ୍ତରେ ଯାଇଥିଲେ । ସୁଞ୍ଜୱାନାରେ ହୋଇଥିବା ଆତଙ୍କୀ ଦମନ ଅଭିଯାନରେ ଖବର ମିଳିବା ପରେ ସୁ଼ଡଙ୍ଗ ବିଷୟରେ ଦୁଇ ସପ୍ତାହ ହେବ ସନ୍ଧାନ ଚାଲିଥିଲା । ଅନେକ ଖୋଜାଖୋଜି ପରେ ଏହି ସୁଡଙ୍ଗ ଠାବ ହୋଇଛି । ଟନେଲ ଠାବ ଅଭିଯାନରୁ ବିଏସଏଫ ଏହାର ସନ୍ଧାନ ପାଇଛି । ଆଖପାଖରେ ଆଉ ଅଧିକ ସୁଡଙ୍ଗ ଖୋଳା ହୋଇଥିବା ଆଶଙ୍କା କରାଯାଉଛି ।

ବିଏସଏଫ ଡେପୁଟି ଇନସପେକ୍ଟର ଜେନେରାଲ ଏସ ପି ଏସ କହିଛନ୍ତି, ଅନ୍ଧାର ପାଇଁ ଅଧିକ ସର୍ଚ୍ଚ ଅପରେସନ ହୋଇନାହିଁ । ଆଜି (ଗୁରୁବାର) ଅଧିକ ଅନୁସନ୍ଧାନ କରାଯିବ ବୋଲି କହିଛନ୍ତି ବିଏସଏଫ ଡେପୁଟି ଇନସପେକ୍ଟର । ଗତ 16 ମାସ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ସୀମାରୁ ବିଏସଏଫ ଦ୍ବାରା ଏହା ପ୍ରଥମ ଟନେଲ ଠାବ । ଗତ ଏକ ଦଶକରୁ ଏହି ସୁଡଙ୍ଗ ସଂଖ୍ୟା 11କୁ ବୃଦ୍ଧି ପାଇଛି ।

ସୂଚାନଯୋଗ୍ୟ, ଜାନୁଆରୀରେ କାଠୁଆ ଜିଲ୍ଲାର ହିରାନଗରରୁ ଏକ ସୁଡଙ୍ଗ ଠାବ ହୋଇଥିଲା |

Related Posts