ଛତିଶଗଡ ରାୟପୁର ସିଲତରାରେ ଅଘଟଣ: ଜେସିବି ଟାୟାରରେ ପମ୍ପ୍ ଦେବା ବେଳେ ଫାଟିଗଲା ଟାୟାର, ୨ ମୃତ

ରାୟପୁର: ଜେସିବି ଟାୟାରରେ ପମ୍ପ୍ ଦେବା ବେଳେ ଫାଟିଗଲା ଟାୟାର । ଅକାଳରେ ଚାଲିଗଲା ୨ ଜୀବନ | ମୃତକ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ କର୍ମଚାରୀ | ମୃତ କର୍ମଚାରୀଙ୍କ ନାଁ ରାଜପାଲ ଏବଂ ପ୍ରାଞ୍ଜନ କୁହାଯାଉଛି । ଛତିଶଗଡ ରାୟପୁର ସିଲତରାରେ ଘଟିଛି ଏହି ଅଭାବନୀୟ ଘଟଣା ।

ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଟାୟାର ନିକଟରେ ଥିବା ଦୁଇ କର୍ମଚାରୀ ଉଡିଯାଇଥିଲେ । ଏହାସହ ତାଙ୍କର କିଛି ଅଙ୍ଗପ୍ରତ୍ୟଙ୍ଗ ନିକଟରେ ଛିଟିକି ପଡିଥିଲା । ଜେସିବି ଟାୟର ମଧ୍ୟ ଉଡିଯାଇ ଅନ୍ୟ ସ୍ଥାନରେ ପଡିଥିଲା ।ଏହି ଘଟଣାରେ ପୋଲିସ କହିଛି ଯେ, ସିଲତରା ଅଞ୍ଚଳରେ ଧନକୁନ ଷ୍ଟିଲ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଗ୍ୟାରେଜରେ ୩୨ ବର୍ଷ ବୟସ୍କ ରାଜପାଲ ସିଂହ ଏବଂ ୩୨ ବର୍ଷ ବୟସ୍କ ପ୍ରାଞ୍ଜନ ନାମଦେବ କାମ କରୁଥିଲେ । ଉଭୟ ଦ୍ବିପ୍ରହର ପ୍ରାୟ ୩ଟା ୩୦ମିନିଟ୍‌ରେ ଜେସିବି ଟାୟାରରେ ପମ୍ପ୍ ଦେବା ବେଳେ ଟାୟର ଫାଟି ଯାଇଥିଲା । ଏହାପରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଉଭୟଙ୍କର ଶବ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଦେଇଛି |

ଅନ୍ୟପଟେ ଏହି ଅଘଟଣକୁ ନେଇ ସ୍ଥାନୀୟ ଅଂଚଳ ଓ ପରିବାରରେ ଶୋକର ଛାୟା ଖେଳି ଯାଇଛି |

Related Posts