ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଦଳିପାରେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ । ଆସନ୍ତା ଏପ୍ରିଲ୍ରୁ +୨ ପରୀକ୍ଷା ଅଫ୍ଲାଇନ୍ ପରୀକ୍ଷା ପାଇଁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏବେ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ସିଏଚ୍ଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦିଆଯାଇଛି । ସେପଟେ ୧୫୮୬ କଲେଜର ପିଲା ଚଳିତଥର ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ବେଳେ ୧୧୪୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ।

ତେବେ ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ପରେ ଏବେ ଚଳିତ ଥର ବୋର୍ଡ ପରୀକ୍ଷା ଅଫ୍ଲାଇନ୍ ମାଧ୍ୟମରେ ହେବାକୁ ଯାଉଥିବାରୁ ଏନେଇ ଆଉ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦୁଇ ବର୍ଷ ପରେ ଅଫ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ପରୀକ୍ଷାରେ ତ୍ରୁଟିକୁ ଲକ୍ଷ୍ୟ କରି ସବୁ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Related Posts