ରୁଷ ସୈନ୍ୟମାନଙ୍କୁ ସେମାନଙ୍କର ଜୀବନ ବଞ୍ଚାଇ ଚାଲିଯିବାକୁ କହିଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଉଭୟଙ୍କ ଯୁଦ୍ଧରେ ସାରା ବିଶ୍ୱ ଚିନ୍ତାରେ ରହିଛି । କାହିଁକିନା ଯୁଦ୍ଧ ପ୍ରଭାବ ସିଧାସଳଖ ବିଶ୍ୱର ଅର୍ଥନୀତି ଉପରେ ପଡ଼ୁଛି । ଏହା ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷର ସୈନିକମାନଙ୍କୁ ନିକମାନଙ୍କୁ ନିବେଦନ କରିଛନ୍ତି ଯେ ଆପଣଙ୍କ ଜୀବନ ରକ୍ଷା କରନ୍ତୁ ଏବଂ ଚାଲିଯାଆନ୍ତୁ। ସେପଟେ ଫେବୃଆରୀ ୨୪ ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏବଂ ସେହିଦିନ ଠାରୁ ରୁଷ ୟୁକ୍ରେନର ବିଭିନ୍ନ ସ୍ଥାନମାନଙ୍କରେ ଏୟାରଷ୍ଟ୍ରାଇକ କରିଥିଲା । ୟୁକ୍ରେନ ସରକାର ଦାବି କରିଛନ୍ତି ଯେ ରୁଷ ଆକ୍ରମଣ କରିବା ପରଠାରୁ ୟୁକ୍ରେନର ୩୫୦ରୁ ଅଧିକ ସାଧାରଣ ଜନତା ମୃତୁ୍ୟବରଣ କରିଛନ୍ତି । ଏବଂ ୟୁକ୍ରେନ ସୈନିକମାନେ ୪୫୦୦ ରୁଷ ସୈନିକଙ୍କୁ ନିହତ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ରୁଷ ନିହତଙ୍କ ସଂଖ୍ୟା ପ୍ରକାଶ କରିନାହିଁ । ୟୁକ୍ରେନର ନାଗରିକମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଜେଲେନସ୍କି ସୋମବାର କହିଛନ୍ତି, “ଯେତେବେଳେ ମୁଁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ୁଥିଲି, ସେତେବେଳେ ମୁଁ କହିଲି ଯେ ଆମେ ସମସ୍ତେ ରାଷ୍ଟ୍ରପତି ଅଟୁ ।

କାରଣ ଆମେ ସମସ୍ତେ ଆମ ରାଜ୍ୟ ପାଇଁ ଦାୟୀ। ଆମର ସୁନ୍ଦର ୟୁକ୍ରେନ ପାଇଁ। ଆମ୍ଭେମାନେ ପ୍ରତ୍ୟେକେ ଜଣେ ଯୋଦ୍ଧା। ଏହାପୂର୍ବରୁ ଜେଲେନସ୍କି କହିଥିଲେ ଯେ ରୁଷ ଆକ୍ରମଣରୁ ନିଜ ଦେଶକୁ ରକ୍ଷା କରିବାକୁ ଚାହୁଁଥିବା ସମସ୍ତ ୟୁକ୍ରେନ ନାଗରିକଙ୍କୁ ସରକାର ଅସ୍ତ୍ର ପ୍ରଦାନ କରିବେ। ଅନ୍ୟପଟେ ବେଲାରୁଷ ସୀମାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପୂର୍ବରୁ ରାଷ୍ଟ୍ରପତି ଜେଲେନସ୍କିଙ୍କ ଏପରି ବିବୃତ୍ତି ଦେଇଛନ୍ତି । ସେପଟେ ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ କହିଛି ଯେ ରୁଷ ସହିତ କଥାବାର୍ତ୍ତାର ମୂଳ ଲକ୍ଷ୍ୟ ହେଉଛି ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ରୁଷର ସୈନ୍ୟମାନଙ୍କୁ ଦେଶରୁ ପ୍ରତ୍ୟାହାର କରିବା ।

Related Posts