ପ୍ରାୟ ଅଧ ଘଂଟା ଧରି ଆମେରିକା ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ୟୁକ୍ରେନ ରାଷ୍ଟ୍ରପତି: ଆର୍ଥିକ ଏବଂ ସୁରକ୍ଷାଗତ ସହାୟତା ଯୋଗାଇ ଦେବାକୁ କଲେ ଦାବି

ଆଜି କୁ ୧୧ ଦିନରେ ପହଂଚିଛି ୠଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ୟୁକ୍ରେନର ସ୍ଥିତି ଦେଖିଲେ ଯୁଦ୍ଧର ଭୟାବହତା ଅନୁମାନ କରାଯାଉଛି । ଋଷ ୟୁକ୍ରେନ ଉପରକୁ ଲଗାତାର ଆକ୍ରମଣ ଜାରୀ ରଖିଥିବା ବେଳେ ୟୁକ୍ରେନ ର ପ୍ରମୁଖ ସହର ଉପରେ ଆକ୍ରମଣ ଜାରି ରଖିଛି ।

ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି । ୟୁକ୍ରେନକୁ ଆର୍ଥିକ ଏବଂ ସୁରକ୍ଷାଗତ ସହାୟତା ଯୋଗାଇଦେବାକୁ ବାଇଡେନଙ୍କ ନିକଟରେ ଜେଲେନସ୍କି ଦାବି କରିଛନ୍ତି । ଦ୍ୱିତୀୟ ଥର ପାଇଁ ଏହି ସପ୍ତାହରେ ଜେଲେନସ୍କି ବାଇଡେନଙ୍କ ସହ କଥା ହୋଇଛନ୍ତି । ଏଥିସହ ଉଭୟଙ୍କ ମଧ୍ୟରେ ଋଷିଆ ଉପରେ ଲଗାଯାଇଥିବା କଟକଣା ଉପରେ ମଧ୍ୟ ଆଲୋଚନା ହୋଇଛି ।

ଆମେରିକା ଋଷିଆ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନ ଯେପରି ଭିସା, ମାଷ୍ଟରକାର୍ଡକୁ ବାତିଲ କରିବା ନିଷ୍ପତିକୁ ଜେଲେନସ୍କି ସ୍ୱାଗତ କରିଛନ୍ତି । ୟୁକ୍ରେନର ଜାପୋରିଜିଆରେ ଥିବା ନ୍ୟୁକ୍ଳିୟର ପାୱାର ପ୍ଲାଂଟର ସ୍ଥିତି ନେଇ ଜେଲେନସ୍କିଙ୍କ ଠାରୁ ପଚାରି ବୁଝିଛନ୍ତି ବାଇଡେନ୍ । ଜେଲେନସ୍କି ଏବଂ ପୁଟିନ୍ ଅଧ ଘଂଟା ଧରି କଥା ହୋଇଥିବା ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଜେଲେନସ୍କି କହିଛନ୍ତି ୟୁକ୍ରେନର ମୁଖ୍ୟ ସହରରେ ତାଙ୍କ ସେନା ମୁତୟନ ହୋଇଛନ୍ତି । ୧୦ ଦିନରେ ଯୁଦ୍ଧରେ ୧୦ ହଜାର ଋଷ ସୈନ୍ୟ ପ୍ରାଣ ହରାଇଥିବା ଜେଲେନସ୍କି କହିଛନ୍ତି ।

ସେପଟେ ଋଷ ରାଷ୍ଟ୍ର୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇ ହେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ । ଋଷ –ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଥମେ ଆଗେଇ ଆସିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନପ୍ତାଲି ବେନେଟ୍ । କ୍ରେମଲିନଠାରେ ପୁଟିନଙ୍କୁ ଭେଟି ଆଲୋଚନା କରିଛନ୍ତି । ପାଖାପାଖି ୩ ଘଣ୍ଟା ଧରି ଚାଲିଥିଲେ ବି ଆଲୋଚନାର ନିଷ୍କର୍ଷ କ’ଣ ବାହାରିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ଏଯାଏଁ ଏସ୍ରାଏଲ ଭାରତ ପରି ନିରବତା ଅବଲମ୍ବନ କରିଆସିଛି । ତେଣୁ ଏସ୍ରାଏଲ ଯଦି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବାକୁ ମଧ୍ୟସ୍ଥତା କରେ ତେବେ ତା’ର ପ୍ରସ୍ତାବକୁ ଋଷ ଗ୍ରହଣ କରୁଛି କି ନାହିଁ ତାକୁ ହିଁ ସବୁ ରାଷ୍ଟ୍ରଙ୍କ ଅପେକ୍ଷା ।

Related Posts