ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ; ମଞ୍ଚରେ ଭାଷଣ ଦେବାବେଳେ ଖସିପଡ଼ିଲା ଲୁହାଖୁଣ୍ଟ; ୬ ଆହତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ । ତେବେ ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ଭାଷର ଦେବାବେଳେ ହଠାତ ଗୋଟିଏ ବିରାଟ ଲୁହାଖୁଣ୍ଟ ମଞ୍ଚ ଉପରେ ପଡ଼ିଯାଇଥିଲା । ସେପଟେ ଭାଷଣ ଦେଉଥିବା ସଂସ୍କୃତି ଓ ସଂସଦୀୟ ବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲା ଏଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଏନେଇ ଆଗ୍ରା ଏସିଏମ ଦୀପ୍ତି ଯାଦବ ସୂଚନା ଦେଇଥିଲେ । ଅନ୍ୟପଟେ ଗଣମାଧ୍ୟମକୁ ଆଗ୍ରା ‘ଏସିଏମ୍’ ଦୀପ୍ତି ଯାଦବ କହିଛନ୍ତି, ଆଗ୍ରାରେ ଆୟୋଜିତ ଡକ୍ଟର୍ ବି.ଆର୍. ଆମ୍ବେଦକର କାର‌୍ୟ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ।

କାଳବୈଶାଖି ହେତୁ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିବା ସହ ଅନେକ ଲାଇଟ୍ ଲାଗିଥିବା ସୁଉଚ୍ଚ ଖମ୍ବଟି ମଞ୍ଚ ଉପରେ ଓଲଟି ପଡ଼ିଲା। ଏହି ଅଘଟଣରେ ଆହତ ହୋଇଥିବା ୬ ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।ଆହତମାନଙ୍କ ମଧ୍ୟରେ ଅଛନ୍ତି, ଆୟୋଜକ କମିଟିର ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ସୋନି। ପୂର୍ବତନ ବିଧାୟକ ଗୁଟିୟାରି ଲାଲ୍ ଦୁବେଶ ଏବଂ ତାଙ୍କ ଗାଡ଼ି ଚାଳକ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭୀଷଣ ପବନ ବହିବାରୁ ହାଇମାଷ୍ଟ୍ ଖୁଣ୍ଟଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏ ଖବର ସାମ୍ନାକୁ ଆସିବା ପରେ ଏନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

Related Posts