ବଦଳିବ ତାଜମହଲର ନାମ ! ଆଗ୍ରା ମ୍ୟୁନିସିପାଲ କର୍ପୋରେଶନରେ ଆଗତ ହେବ ପ୍ରସ୍ତାବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତାଜମହଲର ନାମ ତେଜୋ ମହଲକୁ ପରିବର୍ତ୍ତନ ପାଇଁ ବୁଧବାର ଦିନ ଏକ ପ୍ରସ୍ତାବ ଆଗ୍ରା ମ୍ୟୁନିସିପାଲ କର୍ପୋରେଶନରେ ଅଣାଯିବ। ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଆଗ୍ରାର ୮୦ ରୁ ଅଧିକ ରାସ୍ତା ଏବଂ ଛକର ନାମ ବଦଳା ଯାଇଛି। ବୁଧବାର ଅପରାହ୍ନ ୩ଟାରୁ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେଶନର ଅଧିବେଶନରେ ତାଜଗଞ୍ଜର ଭାଜପା କାଉନସିଲର ଶୋଭାରାମ ରାଠୋର ଏହି ପ୍ରସ୍ତାବ ଉପସ୍ଥାପନ କରିବେ। କାଉନସିଲର ରାଠୋର କହିଛନ୍ତି ଯେ ସେ ଏହି ସମ୍ବନ୍ଧରେ ଅନେକ ତଥ୍ୟ ରିଜୋଲ୍ୟୁସନ ନମ୍ବର ୪ (୭) ରେ ରଖିଛନ୍ତି, ଯାହା ଆଧାରରେ ନାମ ପରିବର୍ତ୍ତନ ପ୍ରସ୍ତାବ ଗୃହରେ ଆଗତ କରାଯିବ। କାଉନସିଲର ଶୋଭାରାମ ରାଠୋରଙ୍କ ଅନୁଯାୟୀ ମୋଗଲ ରୋଡ, ଘଟିଆ ଆଜମ ଖାନ ସମେତ ଅନେକ ରାସ୍ତାର ନାମ ପରିବର୍ତ୍ତନ କରାଯାଇଛି। ତେଣୁ ବର୍ତ୍ତମାନ ତାଜମହଲର ନାମ ମଧ୍ୟ ତେଜୋ ମହଲକୁ ପରିବର୍ତ୍ତନ କରିବାର ସମୟ ଆସିଛି। ସେ ଅଧିବେଶନରେ ଐତିହାସିକ ତଥ୍ୟକୁ ଉପସ୍ଥାପନ କରିବେ ଏବଂ ନାମ ପରିବର୍ତ୍ତନ ଉପରେ ସମସ୍ତଙ୍କ ସମର୍ଥନ ଲୋଡ଼ିବେ ।

ସୂଚନାଯୋଗ୍ୟ ଯେ, ହିନ୍ଦୁ ସଂଗଠନ ଗୁଡ଼ିକ କ୍ରମାଗତ ଭାବରେ ତାଜମହଲକୁ ତେଜୋ ମହଲ ବୋଲି କହୁଛନ୍ତି। ଏହାକୁ ନେଇ ଅନେକ ଥର ବିବାଦ ଉପୁଜିଛି।

Related Posts