ଅକ୍ସିଜେନ୍ ଅଭାବରୁ ହରିଆଣା ରେ ୫ ଜଣଙ୍କ ମୃତ୍ୟୁ, ୨୪ ଘଣ୍ଟାରେ ତୃତୀୟ ଘଟଣା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ମୃତ୍ୟୁର ବିଭୀଷିକା ସାଜିଥିବା କୋଭିଡ ଭାଇରସ ସତେ ଯେମିତି ଭାରତରେ ମୃତ୍ୟୁର ଜାଲ ବିଛେଇ ଦେଇଛି। ଆଜି ସକାଳେ ହରିୟାଣାର ହିସାର ଜିଲ୍ଲାର ଏକ ଡାକ୍ତରଖାନାରେ ପାଞ୍ଚ ଜଣଙ୍କ କରୋନା ଭାଇରସରେ ମୃତ୍ୟୁ ଘଟିଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏହାର ମୁଖ୍ୟ କାରଣ ଅମ୍ଳଜାନର ଅଭାବ ବୋଲି ସେମାନେ ଦର୍ଶାଇ ଥିଲ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଏହା ହେଉଛି ତୃତୀୟ ଘଟଣା।ରବିବାର ଦିନ ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟ ରାଜଧାନୀ ଚଣ୍ଡିଗଡ଼ଠାରୁ ପ୍ରାୟ ୩୩୦ କିଲୋମିଟର ଦୂରରେ ଥିବା ରେୱାରୀ ଡାକ୍ତରଖାନାରେ ଚାରି ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତ୍ୟୁ ଅମ୍ଳଜାନ ଜନିତ ବୋଲି ବିକ୍ଷୋଭ କାରୀ ମାନେ କହିଛନ୍ତି।ଉଭୟ ମାମଲାରେ ଜିଲ୍ଲା ସ୍ତରୀୟ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ମାମଲାରେ ଭାରତ ସର୍ବାଧିକ କେସ ରେକର୍ଡ କରୁଥିବା ବେଳେ, ଦିଲ୍ଲୀ ଡାକ୍ତରଖାନାଗୁଡ଼ିକ ରେ ଅମ୍ଳଜାନ ଘୋର ଅଭାବ ଦେଖାଦେଇଛି।ଶୁକ୍ରବାର ଦିନ ଅମ୍ଳଜାନ ଅଭାବ ଯୋଗୁଁ ଦିଲ୍ଲୀରେ ଏକ ଡାକ୍ତରଖାନାରେ ୨୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ରାଜ୍ୟ ମାନଙ୍କ ପରି ହରିୟାଣାରେ ମଧ୍ୟ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୦୦୦ରୁ ଅଧିକ ମାମଲା ରେକର୍ଡ କରାଯାଇଥିଲା, ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୪.୨୪ ଲକ୍ଷରୁ ଅଧିକ। ମୁଖ୍ୟ ଶାସନ ସଚିବ ବିଜୟ ବର୍ଦ୍ଧନ ରବିବାର ଦିନ ଡେପୁଟି କମିଶନରଙ୍କୁ ଦାୟିତ୍ୱ ଦେଇ ଏକ ବରିଷ୍ଠ ଅଧିକାରୀଙ୍କ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ ମେଡିକାଲ ଅମ୍ଳଜାନ ଯୋଗାଣ ନିଶ୍ଚିତ କରିବ।ପୋଲିସ୍ ଅଧିକାରୀ ରାଜବୀର ସିଂ ଆଜି ଗଣମାଧ୍ୟମକୁ କହିଛନ୍ତିଯେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ପରିବାର ସଦସ୍ୟ ଆମକୁ କହିଛନ୍ତି ଯେ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁ ଘଟିଛି। ଏହି ଘଟଣାରେ ତଦନ୍ତ କରାଯିବ ବୋଲି ହିସାର ଡେପୁଟି କମିଶନର ପ୍ରିୟଙ୍କା ସୋନି କହିଛନ୍ତି। ସେ କହିଛନ୍ତି ଗୁରୁଗାଓଁରେ ଡାକ୍ତରଖାନା ଅମ୍ଳଜାନ ଅଭାବ ଅଭିଯୋଗକୁ ଅସ୍ୱୀକାର କରିଛି। “ଏହି ରୋଗୀମାନଙ୍କର ସଂକ୍ରମଣ ଗୁରୁତର ଥିଲା। ଗୁରୁତର ଅସୁସ୍ଥ ଥିବାରୁ ସେମାନଙ୍କର ଅମ୍ଳଜାନ ସ୍ତର ତୀବ୍ର ହ୍ରାସ ପାଇଥିଲା। ଡାକ୍ତରମାନେ ଚେଷ୍ଟା କରିବା ସତେ ସେମାନଙ୍କୁ ବଞ୍ଚାଇ ପରି ନଥିଲେ। କିନ୍ତୁ ଦୁର୍ଭାଗ୍ୟବଶତ ସେମାନେ ଦେହାନ୍ତ ହେଇଛି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ କୁ ଏକ ଡାକ୍ତରଖାନା ଅଧିକାରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କହିଛନ୍ତି ଯେ COVID-19 ର ଦ୍ୱିତୀୟ ଲହର ଦେଶକୁ ଥରାଇ ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାଭାଇରସ୍ ବିରୋଧରେ ଲଢେଇ ରାଜ୍ୟଗୁଡିକୁ ସମର୍ଥନ କରିବା ପାଇଁ ସରକାର ସବୁକିଛି କରିପାରିବେ।

Related Posts