ଆମେରିକା ଆକ୍ରମଣ ନକରି ପାକିସ୍ତାନକୁ ଗୁଲାମ କରିଦେଇଛି: ଇମ୍ରାନ ଖାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହା ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଆମେରିକା ଆକ୍ରମଣ ନକରି ପାକିସ୍ତାନକୁ ନିଜର ‘ଗୁଲାମ’ କରିଦେଇଛି। କେବଳ ଏତିକି ନୁହେଁ, ଇମ୍ରାନ ଖାନ ଶାହାବାଜ ଶରିଫଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପାକିସ୍ତାନର ଲୋକମାନେ ବିଦେଶରୁ ଆମଦାନୀ କରାଯାଇଥିବା ସରକାର ଚାହାନ୍ତି ନାହିଁ ବୋଲି କହିଛନ୍ତି । ସେପଟେ ଗତ ମାସରେ ବିରୋଧୀ ଦଳ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ଏହା ପରେ ଇମ୍ରାନ ଖାନଙ୍କ ସରକାରର ପତନ ଘଟିଥିଲା। ଇମ୍ରାନ ଖାନ ଅଭିଯୋଗ କରିଛନ୍ତି ଯେ ଆମେରିକା ତାଙ୍କ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର କରିଛି। ତେବେ ସରକାର ହରାଇବା ପରେ ଇମ୍ରାନ ଖାନ ପାକିସ୍ତାନର ବିଭିନ୍ନ ସହରରେ ଅନେକ ସମାବେଶ କରିସାରିଛନ୍ତି। ଏମିତି କି ସେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ସରକାରକୁ ଦେଶଦ୍ରୋହୀ ତଥା ଦୁର୍ନୀତିଗ୍ରସ୍ତ ସରକାର ବୋଲି ବର୍ଣ୍ଣନା କରିସାରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts