କେନ୍ଦ୍ର ସରକାରଙ୍କ ଅଧିନରେ ଫାଙ୍କା ପଡିଥିବା ପଦବୀ ହେବ ପୂରଣ: ପ୍ରଧାନମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ଅଧିନରେ ଫାଙ୍କା ପଡିଥିବା ସରକାରୀ ପଦବୀ ହେବ ପୂରଣ | ଏ ଦିଗରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥାଶୀଘ୍ର ପଦବୀ ପୂରଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି | ଫାଙ୍କା ପଡିଥିବା ସରକାରୀ ପଦବୀ ପୂରଣ ପାଇଁ ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି । କେନ୍ଦ୍ର ମନ୍ତ୍ରଣାଳୟ ଗୁଡିକର ସଚିବ ମାନଙ୍କୁ ଏସବୁ ବିଷୟରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଆସନ୍ତା କିଛି ମାସ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ ମୋଦି ୪ ଘଂଟା ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅମଲାମାନଙ୍କୁ ନିଜ ନିଜ ଭିତରେ ଝଗଡା ନ ଲାଗି ମିଳିମିଶି ଏକ ଟିମ୍ ହୋଇ କାର୍ଯ୍ୟ କରିବାକୁ କୁହାଯାଇଛି । ନିକଟରେ ହୋଇଥିବା ୫ ରାଜ୍ୟ ନିର୍ବାଚନରେ ବେକାରୀ ସମସ୍ୟା ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ଏହା ପରେ ମୋଦି ଚାକିରି ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ମୋଦିଙ୍କ ଏହା ମାଷ୍ଟରଷ୍ଟୋକ ବୋଲି କୁହାଯାଉଛି । ଗତ ଫେବୃଆରୀରେ ସରକାର ରାଜ୍ୟ ସଭାରେ ଉତର ରଖି କହିଥିଲେ ଯେ, ୨୦୨୦ ମାର୍ଚ୍ଚ ସୁଦ୍ଧା ଦେଶରେ କେନ୍ଦ୍ର ସରକାରଙ୍କ ଅଧିନରେ ୮ ଲକ୍ଷ ୭୦ ହଜାର ସରକାରୀ ପଦବୀ ଫାଙ୍କା ପଡିଛି ।

Related Posts