ଟୀକାକରଣ ପ୍ରମାଣପତ୍ରରେ ପୁଣି ରହିବ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୋଭିଡ ପ୍ରମାଣପତ୍ରରେ ପୁଣି ରହିବ ପ୍ରଧାନମନ୍ତ୍ରୀଙ୍କ ଫଟୋ । ସେପଟେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାଞ୍ଚଟି ରାଜ୍ୟରେ ଟିକା ପ୍ରମାଣପତ୍ର ଗୁଡ଼ିକରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ନିର୍ବାଚନ ଶେଷ ହୋଇ ଫଳାଫଳ ପ୍ରକାଶ ପାଇ ସାରିଥିବାରୁ ପୁଣିଥରେ ମୋଦିଙ୍କ ଫଟୋ ଫେରିଛି। ନିର୍ବାଚନ ପାଇଁ ୫ ରାଜ୍ୟ ଉତ୍ତର ପ୍ରଦେଶ, ମଣିପୁର, ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଲୋକଙ୍କୁ ଟିକା ଦିଆଯାଉଥିଲେ ମଧ୍ୟ ମୋଦିଙ୍କ ଫଟୋ ପ୍ରମାଣପତ୍ରରେ ରହୁ ନଥିଲା। ଜାନୁଆରୀ ୮ରୁ ମୋଦିଙ୍କ ଫଟୋ ହଟା ଯାଇଥିଲା।

କାରଣ ଜାନୁଆରୀ ୮ରେ ଭାରତୀୟ ନିର୍ବାଚନ କମିଶନ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ।ତାରିଖ ଘୋଷଣା ହେବାରୁ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇଥିଲା। ଫଳରେ ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇ ଦିଆଯାଇଥିଲା। ହେଲେ ନିର୍ବାଚନ ପରେ ତୁରନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ୫ ରାଜ୍ୟର ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ଛାପିବା ପାଇଁ ଅଧିକାରୀମାନଙ୍କୁ କହିଥିଲେ। ଏବେ କୋ ୱିନ ଆପ୍ରେ ଏନେଇ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts