
ଗୁଜୁରାଟ : ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଏକ ବଡ ଦୁର୍ଘଟଣା ଘଟିଛି | ଗୋଟିଏ ଯାତ୍ରୀ ବାହି ବସ୍ ଓ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଛି | ଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନାମୁତାବକ, ରାଜକୋଟ-ଅହମଦାବାଦ ରାଜପଥରେ କଟାରିଆ ଗାଁ ପାଖରେ ଏହି ଦୁର୍ଘଟଣା ଘଟିଛି । ବସ୍ ଓ ଭ୍ୟାନ୍ ମଧ୍ୟରେ ସାମ୍ନାସାମ୍ନି ବଡ଼ଜୋର ଧକ୍କା ହେବା ଫଳରେ ଏପରି ଘଟିଛି। ଦୁର୍ଘଟଣା ଗ୍ରସ୍ଥ ଭ୍ୟାନ୍ରେ ୬ ଜଣ ଲୋକ ଥିଲେ। ଏହି ସମସ୍ତ ଲୋକ ରାଜକୋଟରୁ ରାଜସ୍ଥାନ ଏକ ବାହାଘରରେ ଯୋଗ ଦେବା ପାଇଁ ଯାଉଥିଲେ ବୋଲି ପୋଲିସ କହିଛି ।
ଲିମ୍ୱଡ଼ି ପୋଲିସ କହିଛି ଭ୍ୟାନ୍ଟି ନିୟନ୍ତ୍ରଣ ହରାଇ ବୀପରିତ ଦିଗରୁ ଆସୁଥିବା ବସ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଭ୍ୟାନରେ ଥିବା ୪ଜଣ ଲୋକଙ୍କପର ମୃତ୍ୟୁ ହେବା ସହିତ ଦୁଇ ଜଣ ଲୋକ ଗଭୀର ଆହତ ହୋଇଛନ୍ତି। ଆହତ ହୋଇଥିବା ଲୋକମାନଙ୍କର ଏବେ ଚିକିତ୍ସା ଚାଲିଛି।
ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି |