ବାବୁଲ ସୁପ୍ରିୟୋଙ୍କୁ ଶପଥ ପାଠ କରାଇବାକୁ ମନା କଲେ ଉପବାଚସ୍ପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ମଧ୍ୟ ଶପଥ ଗ୍ରହଣ କରିପାରୁ ନାହାନ୍ତି ବାବୁଲ ସୁପ୍ରିୟୋ । ସେପଟେ ଉପନିର୍ବାଚନ ଫଳାଫଳ ଘୋଷଣା ହେବାର ୨ ସପ୍ତାହ ବିତିଯାଇଥିଲେ ମଧ୍ୟ ସେ ଶପଥ ଗ୍ରହଣ ନକରିପାରିବା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ବାବୁଲଙ୍କୁ ଶପଥ ପାଠ କରାଇବା ପାଇଁ ପଶ୍ଚିମବଙ୍ଗ ବିଧାନସଭା ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କୁ ଅଧିକାର ପ୍ରଦାନ କରିଥିଲେ । ହେଲେ ଉପବାଚସ୍ପତି ବାବୁଲଙ୍କୁ ଶପଥ ପାଠ କରାଇବା ପାଇଁ ମନା କରିଦେଇଛନ୍ତି ।

ଆଶିଷ କହିଛନ୍ତି ଯେ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ଉପସ୍ଥିତ ଥିବାବେଳେ ମୁଁ ଯଦୁ ବାବୁଲଙ୍କୁ ଡେପୁଟି ସ୍ପିକର ଭାବରେ ଶପଥ ପାଠ କରାଇବି ତାହାଲେ ଏହା ତାଙ୍କ ପାଇଁ ଅପମାନ ହେବ । ଶପଥ ଗ୍ରହଣ କରିବାରେ ମୋର ଅକ୍ଷମତା ପ୍ରକାଶ କରି ମୁଁ ରାଜ୍ୟପାଳଙ୍କୁ ଏକ ଚିଠି ପଠାଇବି । ବାଚସ୍ପତି ଥାଉ ଥାଉ ମୋର ତାଙ୍କୁ ଶପଥ ପାଠ କରାଥବାର କିଛି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts