ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲାଯାଇଛି । ଏହାକୁ ମିଶାଇ ମୋଟ୍ ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ତେବେ ରାତି ୯ଟା ସୁଦ୍ଧା ଆଉ ୯ଟି ଗେଟ୍ ଖୋଲିବାର ସମ୍ଭାବନା ରହିଛି । ତେବେ ହୀରାକୁଦ ଜଳ ଭଣ୍ଡାରର ମୋଟ୍ ୪୦ଟି ଗେଟ୍ ଖୋଲିବା ନେଇ ସୂଚନା ରହିଛି ।

ସେପଟେ ହୀରାକୁଦ ର ଗେଟ୍ ଖୋଲିବା ପରେ ଅନ୍ୟପଟେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବନ୍ୟା ଆଶଙ୍କା ଉତ୍ପନ୍ନ ହେଉଛି ।

Related Posts