
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହୀରାକୁଦ ଜଳଭଣ୍ଡାରରେ କ୍ରମଶଃ ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଆଖି ଆଗରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ ମୋଟ ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ତେବେ ଆଜି ପାର୍ଯ୍ୟୟ କ୍ରମେ ମୋଟ ୧୪ଟି ଗେଟ୍ ଖୋଲିବା ନେଇ ସୂଚନା ମିଳୁଛି। ଆଜି ମୋଟ ୧୪ ଟି ଗେଟ୍ ଖୋଲିଲେ ପୂର୍ବରୁ ୨୬ଟି ଗେଟ୍ କୁ ମିଶାଇ ମୋଟ ୪୦ ଟି ଗେଟ ଦ୍ୱାର ବନ୍ୟା ଜଳ ନିଷ୍କାସନ ହେବ। ଫଳରେ ହୀରାକୁଦର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ।
ତେବେ ତଳିଆ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଆଜି ଉଚ୍ଚ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିପରି ବିପଦସଂକୁଳ ଅବସ୍ଥାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ଯେପରି କୌଣସି ଜୀବନ ହାନି ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦିଆଯିବା ଉପରେ ବି ସେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ