
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନଭେମ୍ବର ୨୪ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଷୋଡ଼ଶ ବିଧାନସଭାର ଏହି ୧୧ତମ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟ ଦିବସ ରହିବ ବୋଲି ସୂଚନା ମିଳିଛି।
ସେହିପରି ଏହି ଅଧିବେଶନରେ ନଭେମ୍ବର ୨୫ ତାରିଖରେ ୨୦୨୨-୨୩ ଅର୍ଥିକବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବ ଏନେଇ ସୂଚନା ଦେଇଛି ସଂସଦୀୟ ବ୍ୟାପାର ବିଭାଗ। ଅତିରିକ୍ତ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଆସନ୍ତା ଶୀତକାଳୀନ ଅଧିବେଶନରେ ବିଧାନସଭା ଗୃହ ସୁରୁଖୁରୁରେ ପରିଚାଳନା ପାଇଁ ଖୁବ୍ଶୀଘ୍ର ସର୍ବଦଳୀୟ ବୈଠକ ଡକାଯିବ ବୋଲି ସୂଚନା ମିଳିଛି।