ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ ଆଦମୀ ପାର୍ଟିର ନେତା ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ ଜେଲ୍ ରେ ସ୍ଵତନ୍ତ୍ର ସୁବିଧା ପାଉଥିବା ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବଙ୍କୁ ଏହି ମାମଲାରେ ରିପୋର୍ଟ ମଗାଯାଇଛି। ମନି ଲଣ୍ଡରିଂ ମାମଲାରେ ତିହାର ଜେଲ୍ରେ ଥିବା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କୋର୍ଟରେ ଅଭିଯୋଗ ଦାଖଲ କରିଥିଲା।
ଇଡି ଅଭିଯୋଗ କରିଥିଲା ଯେ, ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ତିହାର ଜେଲ୍ ରେ ସ୍ଵତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଥିଲା। ଇଡି ସତ୍ୟେନ୍ଦ୍ର ଜୈନଙ୍କ ସମସ୍ତ ତଥ୍ୟ ଗୃହମନ୍ତ୍ରଣାଳୟଙ୍କୁ ମଧ୍ୟ ଦେଇଥିଲା। ଇଡିର ଅଭିଯୋଗ ଅନୁସାରେ, ସତ୍ୟେନ୍ଦ୍ର ଜୈନ ତିହାର ଜେଲ୍ ରେ ରହିବା ପାଇଁ ଜେଲ୍ ଅଧିକାରୀଠାରୁ ସବୁ ପ୍ରକାର ସୁବିଧା ପାଉଛନ୍ତି ।କୋର୍ଟରେ ଇଡି ଅଭିଯୋଗ କରିଛି ଯେ, ସତ୍ୟେନ୍ଦ୍ର ଜୈନ ଜେଲ୍ ନିୟମର ଉଲଂଘନ କରୁଛନ୍ତି। କେବଳ ସେତିକି ନୁହେଁ ସତ୍ୟେନ୍ଦ୍ର ଜୈନ କିଭଳି ଜେଲ୍ ଭିତରେ ବିଳାସମୟ ଜୀବନ ବିତାଉଛନ୍ତି ତା’ର ଭିଡିଓ ଫୁଟେଜ୍ ଇଡି କୋର୍ଟରେ ଦାଖଲ କରିଛନ୍ତି।
ଇଡି ନିଜର ଅଭିଯୋଗରେ କହିଛି ଯେ, ତିହାର ଜେଲ୍ରେ ସତ୍ୟେନ୍ଦ୍ର ଜୈନଙ୍କୁ ହେଡ ମସାଜ, ଫୁଟ୍ ମସାଜ ଓ ବ୍ୟାକ୍ ମସାଜ ଭଳି ସୁବିଧା ଦିଆଯାଉଛି। ଏପରିକି ମନ୍ତ୍ରୀଙ୍କୁ ଯେପରି କିଛି ଅସୁବିଧା ନହେବ ସେଥିପାଇଁ ଜେଲ ସୁପରିଟେଣ୍ଡେଣ୍ଟ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି। କେବଳ ସେତିକି ନୁହେଁ ସତ୍ୟେନ୍ଦ୍ରଙ୍କ ପତ୍ନୀ ପୁନମ ତାଙ୍କୁ ସବୁଦିନ ଭେଟିବାକୁ ଜେଲ୍ ଆସୁଛନ୍ତି। ସାଙ୍ଗରେ ଘର ଖାଇବା ନେଇ ଆସୁଛନ୍ତି। ସିସିଟିଭି ଫୁଟେଜ୍ ଅନୁସାରେ, ଦୁହେଁ ଘଣ୍ଟା ଘଣ୍ଟା ଧରି କଥାବାର୍ତ୍ତା ହୋଇଥାନ୍ତି। ଏହି ମାମଲାର ତଦନ୍ତ ଠିକ୍ ନୁହେଁ। ଅଙ୍କୁଶ ଓ ବୈଭବ ଦୁହେଁ ବର୍ତ୍ତମାନ ତିହାର ଜେଲ୍ରେ ଅଛନ୍ତି। ଇଡି ସତ୍ୟପାଠରେ ଲେଖିଛି ଯେ, ସତ୍ୟେନ୍ଦ୍ର ଜୈନ ଜେଲ୍ ମନ୍ତ୍ରୀ ମଧ୍ୟ ଅଛନ୍ତି, ଯାହାର ସେ ଭୁଲ ଭାବରେ ଫାଇଦା ଉଠାଉଛନ୍ତି।
