ୟୁ୍କ୍ରେନ ଉପରେ ଋଷର ଯୁଦ୍ଧକୁ ନେଇ ବିଶ୍ବର ବୃହତ ଇ କର୍ମସ କମ୍ପାନୀ ଆମାଜନ୍‌ ଲଗାଇଲା ପ୍ରତିବନ୍ଧକ

15 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଋଷ ସେନା ୟୁକ୍ରେନ ଉପରକୁ ଲଗାତାର ଆକ୍ରମଣ କରୁଥିବା ବେଳେ, ଯାହାକୁ ବିରୋଧ କରିଛନ୍ତି ଅନେକ ଦେଶ । ଫଳ ସ୍ବରୂପ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦେଶର ବହୁ ବଡ଼ ବଡ଼ ଦେଶ । ଋଷ ର ୟୁକ୍ରେନ ଉପରକୁ ଏପରି ନରସଂହାର କୁ ନେଇ ଋଷ କୁ ଅନେକ ଦେଶ ବିରୋଧ କରୁଥିବା ବେଳେ, ୟୁକ୍ରେନ କୁ ସମର୍ଥନ କରିଛନ୍ତି । ଏଥିସହ ଯୁଦ୍ଧ ଯେତିକି ବଢ଼ିବାକୁ ଲାଗୁଛି ଋଷିଆ ଉପରେ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆର୍ଥିକ ପ୍ରତିବନ୍ଧକ ସେହି ମାତ୍ରରେ ଲାଗି ଚାଲିଛି ।

ତେବେ ବିଶ୍ବର ବୃହତ ଇ କର୍ମସ କମ୍ପାନୀ ଆମାଜନ୍‌ ଆଜି ଋଷ ଉପରେ ପ୍ରତିବନ୍ଧକ ଲଗାଇଛି । ଏଣିକି ଆମାଜନ୍‌ କୌଣସି ବାଣିଜ୍ୟିକ କାର୍ଯ୍ୟ ଋଷରେ କରିବ ନାହିଁ ବୋଲି ସ୍ପଷ୍ଟ କରିଛି । ୟୁକ୍ରେନର ବିଭିନ୍ନ ହସ୍ପିଟାଲ ଉପରେ ୧୮ ବୋମା ମାଡ କରିଛି ଋଷ । ତେବେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ବିରୋଧ କରି ଆମଜନ ଏହି ପଦକ୍ଷେପ ନେଇଛି । ଋଷରେ ଜାରି ରହିଥିବା ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ନିଲମ୍ବନ କରାଯାଇଥିବା କହିଛି ଆମାଜନ୍‌ । ଏହା ପୂର୍ବରୁ ସେଲ ଓ ବିଭିନ୍ନ ରାଷ୍ଟ୍ର ତୈଳ କାରବାରକୁ ନେଇ ଋଷ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।ସେହିପରି କିଛି ଦିନ ତଳେ ଗୁଗୁଲ ମଧ୍ୟ ଋଷ ଉପରେ ଡିଜିଟାଲ ପ୍ରତିବନ୍ଧକ ଲଗାଇବା ସହ ବିଜ୍ଞାପନ ଦେବ ନାହିଁ ବୋଲି କହିଥିଲା । ତେବେ ପ୍ରତିବନ୍ଧକ ସ୍ଵତେ ଋଷ ନିଜ ଜିଦ୍ ରେ ଅଟଳ ରହିଛି । ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି।

Related Posts