ନୂପୁର ଶର୍ମାଙ୍କ ଭିଡିଓ ଦେଖିବାରୁ ଯୁବକଙ୍କୁ ଛୁରାମାଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂପୁର ଶର୍ମାଙ୍କ ଭିଡିଓ ଦେଖିବାରୁ ଯୁବକଙ୍କୁ ଛୁରାମାଡ । ଆହତ ଯୁବକଙ୍କ ଅବସ୍ଥା ସଙ୍ଗୀନ ରହିଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ସେପଟେ ଯୁବକଙ୍କୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ଅଛନ୍ତି । ତେବେ ପୋଲିସ ଏହି ଘଟଣାକୁ ପୋଲିସ ଆପୋଷ ବିବାଦ କହୁଥିବାରୁ ପୋଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଆହତ ହୋଇଥିବା ଯୁବକ ହେଲେ ଅଙ୍କିତ ଝା । ସେ ନାନପୁରର ବହେରା ଗ୍ରାମରେ ରୁହନ୍ତି ।

ଅଙ୍କିତଙ୍କ ପିତା ମନୋଜ ଝାଙ୍କ କହିବାନୁସାରେ, ପୁଅ ଦୋକାନକୁ ପାନ ଖାଇବାକୁ ଯାଇଥିଲେ । ଏହି ସମୟରେ ସେ ମୋବାଇଲରେ ନୂପୁର ଶର୍ମାଙ୍କ ଭିଡିଓ ଦେଖୁଥିଲେ । ସେତେବେଳେ ମହମ୍ମଦ ବିଲାଲ ନିଜ ତିନି ସାଥୀଙ୍କ ସହ ସେଠାକୁ ଆସି ଅଙ୍କିତଙ୍କୁ ଭିଡିଓ କଣ ପାଇଁ ଦେଖୁଛ ବୋଲି ପଚାରିଥିଲେ । ଏହାସହ ମାଡ ମାରିଥିଲେ ।କେବଳ ଏତିକି ନୁହେଁ, ଅଭିଯୁକ୍ତମାନେ ଅଙ୍କିତଙ୍କ ମୁହଁକୁ ସିଗାରେଟ୍ ଧୂଆଁ ଛାଡିଥିଲେ । ଏପରିକି ଛୁରୀ ଭୁସି ଦେଇଥିଲେ । ଘଟଣାକୁ ନେଇ ଅଙ୍କିତଙ୍କ ପିତା ମନୋଜ ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ ଏଫଆଇଆରରୁ ନୂପୁର ଶର୍ମାଙ୍କ ନାଁ କାଟି ଦିଆଯାଇଥିଲା ।

ଏହାକୁ ପୋଲିସ ଆପୋଷ ବିବାଦ ବୋଲି କହିଥିଲା । ତେବେ ଘଟଣାରେ ଅଙ୍କିତଙ୍କ ପିତା କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ଏହି ମାମଲାରେ ନାନପୁର ଗ୍ରାମର ବିଲାଲ, ମହମ୍ମଦ ନିହାଲ ସମେତ ୫ ଜଣଙ୍କୁ ନାଁକୁ ଅଭିଯୁକ୍ତ ତାଲିକାଭୁକ୍ତ କରିଛି । ଘଟଣାର କିଛି ଭିଡିଓ ମଧ୍ୟ ଭାଇରାଲ ହେଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts