କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ

କଟକ: ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ । କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ରଖି ଯୁବକଜଣକ ମହାନଦୀକୁ ଡେଇଁ ପଡ଼ିଥିବା ନେଇ ସୂଚନା ମିଳିଛି । ଯୁବକ ଜଣଙ୍କର କୌଣସି ପରିଚୟ ମିଳିପାରି ନାହିଁ । କେଉଁ କାରଣରୁ ଯୁବକଜଣକ ନଦୀକୁ ଡେଇଁଲେ ତାହାର କାରଣ ବି ଜଣା ପଡ଼ିନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି।

Related Posts