ସରକାରୀ ବାସଭବନରେ ଚୁନି ଲଗାଇ ଝୁଲି ପଡ଼ିଲେ ମହିଳା ପୁଲିସ ଏସଆଇ

ଘୁ.ଉଦୟଗିରି: ଘୁ.ଉଦୟଗିରିର ସ୍ଥାନୀୟ ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଏସଆଇ ଆତ୍ମହତ୍ୟା କରିଛନ୍ତି । ମୃତ, ଏସଆଇ ସ୍ୱାଗତିକା ବେହେରା । ଏନେଇ ସୂଚନା ମିଳିଛି। ସେ ଆଜି ସକାଳେ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସେ ନିଜ ଚୁନି ଲଗେଇ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

ତାଙ୍କ ମରଶରୀରକୁ ବାସଭବନରୁ ଅଣାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି।

ଥାନା ଆଇଆଇସି ରେବତୀ ଶବରଙ୍କ ଦୁର୍ବ୍ୟବହାର ଯୋଗୁ ସ୍ୱାଗତିକା ବେହେରା ମାନସିକ ଚାପରେ ଥିଲେ ବୋଲି ଚର୍ଚ୍ଚା ହେଉଛି। ସେ ଏହି କାରଣରୁ ଆତ୍ମହତ୍ୟା କରିଥିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ଯେ ଆଇଆଇସି ଓ ଏସଡିପିଓଙ୍କ କ୍ବାର୍ଟର ମଝିରେ ଥିବା କ୍ବାର୍ଟରରେ ରହୁଥିଲେ ସ୍ୱାଗତିକା ବେହେରା।

Related Posts