(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଗୁଡିକରେ କେତେ ପଦ ଖାଲି ପଡିଛି ? ଆଜି ଏ ସଂପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ରାଜ୍ୟର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ରହିଛି । ଏତଦ୍ ବ୍ୟତୀତ ବିଭିନ୍ନ ବିଶ୍ୱବିଦ୍ୟାଳୟରେ କେତୋଟି ପଦବୀ ଖାଲି ପଡିଛି , ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । 

ବିଜେଡି ବିଧାୟକ ଅମର ଶତପଥୀ ମନ୍ତ୍ରୀ ଶ୍ରୀ ସାହୁଙ୍କୁ  ପ୍ରଶ୍ନ କରିଥିଲେ ଯେ,  ରାଜ୍ୟରେ କେତୋଟି ପ୍ରଫେସର ପଦବୀ ଖାଲି ପଡ଼ିଛି? ସେ ନେଇ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିଛନ୍ତି। ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବିଭିନ୍ନ ବିଶ୍ଵବିଦ୍ୟାଳୟରେ ୧୦୦୭ଟି ପ୍ରଫେସର ପଦବୀ ଖାଲି ପଡ଼ିଥିବା ବେଳେ ସେଥି ମଧ୍ୟରୁ ୧୬୬୦ଟି ଅଣଶିକ୍ଷକ ପଦବୀ ଖାଲି ରହିଛି। 

ତେବେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୬ଟି ପ୍ରଫେସର ପଦବୀ ଖାଲି ପଡ଼ିଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୮୮ଟି ଓ ରମାଦେବୀ ବିଶ୍ବବିଦ୍ୟାଳୟରେ ୧୦୧ଟି ପ୍ରଫେସର ପଦବୀ ଖାଲି ପଡ଼ିଛି। ମନ୍ତ୍ରୀ ବିଧାନସଭାରେ ଏହି ସୂଚନା ଦେଇ କହିଛନ୍ତି ଯେ, ଏବେ ଖାଲି ପଡିଥିବା ପଦବୀ ପାଇଁ ଚୟନ ପ୍ରକ୍ରିୟା ଚାଲିଛି |