
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଶିବସେନା । ତେବେ ଶିବସେନା ମୁଖପାତ୍ର ସାମନାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ଦେଶରେ ଗତ ୧ ବର୍ଷ ମଧ୍ୟରେ ୭ ହଜାର ୧୪୦ ଦୁର୍ନିତି ଘଟିଥିବା ସମାନାରେ ଉଲ୍ଲେଖ କରାଯାଇଛଇ । ସୂଚନା ଅଧିକାର ଅନ୍ତର୍ଗତ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ବିବରଣୀ ପ୍ରଦାନ କରାଯାଇଥିବାର ଏଥିରେ ଦର୍ଶାଯାଇଛି । ମୋଟ ୪୦ ହଜାର ୯୨୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ସମନା କହିଛି । ସେପଟେ ୭ ହଜାର ୧୪୦ ଦୁର୍ନିତି ମଧ୍ୟରୁ ସର୍ବାଧିକ ୪ ହଜାର ୧୯୨ କେବଳ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଘଟିଛି । ଏଥିରେ ୬ ହଜାର ୯୩୨ କୋଟି ଟଙ୍କାର ଦୁର୍ନୀତି ହୋଇଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସର୍ବାଧିକ ପରିମାଣର ଦୁର୍ନିତି ଘଟିଛି ।
ଏହି ବ୍ୟାଙ୍କରେ ୪୩୧ ଦୁର୍ନିତୀ ହୋଇଥିବାବେଳେ ଏହାର ପରିମାଣ ପ୍ରାୟ ୯ ହାଜର ୫୨୯ କୋଟି ଟଙ୍କା ରହିଛି ବୋଲି ସାମନାରେ ଉଲ୍ଲେଖ କରାଯାଇଛି । ନିରବ ମୋଦିଙ୍କ ମାମଲାରେ ଏହି ବ୍ୟାଙ୍କରେ ୧୧ ହଜାର କୋଟି ଟଙ୍କାର ଠକେଇ ହୋଇଥିଲା । ଦୁର୍ନିତିରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଦେଶକୁ ଫେରାଇ ଆଣିବା ବିଷୟରେ ସବୁବେଳେ ଚର୍ଚ୍ଚା ହେଉଛି । କିନ୍ତୁ ସରକାରଙ୍କ ପ୍ରତିଶୃତି ପାଣିର ଗାର ପାଲଟିଛି । ଏବେ ବି ଦେଶର ୫୦ ପ୍ରତିଶତରୁ ଅଧିକ ଲୋକ ଜନସଂଖ୍ୟା ଅଧା ଭୋକିଲା ରହୁଛନ୍ତି । ମାତ୍ର ପ୍ରତିବର୍ଷ ୪୦-୫୦ ହଜାର କୋଟି ଟଙ୍କା ଦୁର୍ନିତି କରି ଅଭିଯୁକ୍ତମାନେ ଦେଶ ବାହାରେ ପଳାଉଛନ୍ତି । ଏହାକୁ ମଧ୍ୟ ଏକ ଦୁର୍ନତି କୁହାଯିବା ଆବଶ୍ୟକ ବୋଲି ସାମନାରେ ପ୍ରକାଶ ପାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।