ମୋଦୀକୁ କିଏ ଅଧିକ ଅପମାନିତ କରିପାରିବ ସେଥିପାଇଁ କଂଗ୍ରେସ ଭିତରେ ପ୍ରତିଯୋଗିତା ଚାଲିଛି: ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ଗୁଜରାଟରେ ନିର୍ବାଚନ ପ୍ରଚାର ସମୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଲି କରି କଂଗ୍ରେସ ନେତା ଅମଲ୍ଲିକାର୍ଜୁନ ଖଡ଼ଗେଙ୍କ ରାବଣ ମନ୍ତବ୍ୟକୁ ନେଇ ପାଲଟା ଟାର୍ଗେଟ୍ କରିଛନ୍ତି।

ରାମ ଭକ୍ତଙ୍କ ମାଟିରେ ଜଣଙ୍କୁ ରାବଣ କହିବା ଠିକ୍ ନୁହେଁ ବୋଲି ମୋଦୀ କହିଛନ୍ତି। ଗୁଜରାଟର ଏକ ରାଲିକୁ ସମ୍ବୋଧନ କରି ଏପରି କହିଛନ୍ତି ମୋଦୀ।

ମୋଦୀ ଆହୁରି କହିଛନ୍ତି “ମୋଦୀକୁ କିଏ ଅଧିକ ଅପମାନିତ କରିପାରିବ ସେଥିପାଇଁ କଂଗ୍ରେସ ଭିତରେ ପ୍ରତିଯୋଗିତା ଚାଲିଛି। ବଡ଼ ଅପମାନ ଦେଇ ପାରିବ କଡ଼ା ଅପମାନ ଦେଇପାରିବ।” ଗୁଜୁରାଟର କାଲୋଲରେ ରାଲି କରି ଏପରି କହିଛନ୍ତି ମୋଦୀ।

ଗତକାଲି ନିର୍ବାଚନ ପ୍ରଚାରରେ ଆସିଥିବା କଂଗ୍ରେସ ନେତା ଖଡ଼ଗେ ମୋଦୀଙ୍କୁ ସମାଲୋଚନା କରିଥିଲେ। ମୋଦୀ କେବଳ ତାଙ୍କ କଥା କୁହନ୍ତି। ଯେଉଁଠି ଭୋଟ୍ ସେ ସେଇଠି ଦେଖା ଯାଆନ୍ତି ବୋଲି ଖଡ଼ଗେ କହିଛନ୍ତି। ୧୦୦ ମୁଣ୍ଡ ଥିବା ରାବଣକୁ ଦେଖିଛନ୍ତି ଆପଣ ? ସେହିପରି କଂଗ୍ରେସ ନେତା ମୁଧୁସୁଦନ ମିସ୍ତ୍ରୀ ମଧ୍ୟ ମୋଦୀଙ୍କୁ ସମାଲୋଚନା କରିଥିଲେ। ଆଜି ଏହାର ଜବାବ ଦେଇଛନ୍ତି ମୋଦୀ। କଂଗ୍ରେସ ଏକଥା ଜାଣିନି ଯେ ଗୁଜୁରାଟ ରାମ ଭକ୍ତଙ୍କ ଭୂମି। ଏଠି ସେ ମୋତେ ୧୦୦ ମୁଣ୍ଡ ଥିବା ରାବଣ କହୁଛନ୍ତି। ରାମ ଭକ୍ତଙ୍କ ଭୂମିରେ ମୋତେ ରାବଣ କହିବା ଠିକ୍ ନୁହେଁ ବୋଲି ମୋଦୀ କହିଛନ୍ତି

Related Posts