୧୦୦ କୋଟି ବଜେଟ ଫିଲ୍ମ୍ ରେ କାମ କରିବା ଅପେକ୍ଷା ଲୋକଙ୍କୁ ସାହାଯ୍ୟ କରିବାରେ ଆନନ୍ଦ ଅଧିକ: ସୋନୁ ସୁଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ଗତ ବର୍ଷ କରୋନା ମହାମାରୀ ସମୟରେ କୋଭିଡ୍ ରୋଗୀ ଓ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଥିଲେ ସୋନୁ ସୁଦ । ସେ କହିଛନ୍ତି ମଧ୍ୟରାତ୍ରୀରେ ଅନେକ କଲ କରିବା ପରେ ଯଦି ଆପଣ ଅସହାୟ ଲେକମାନଙ୍କ ପାଇଁ ହସ୍ପିଟାଲରେ ବେଡ୍ ପାଇବାରେ ସକ୍ଷମ ହୁଅନ୍ତି । କିଛି ଲୋକ ଅକ୍ସିଜେନ ପାଇଁ ତାଙ୍କ ଜୀବନ ବଞ୍ଚିଥାଏ । ଏହି ସାମ୍ପ୍ରତିକ ପରିସ୍ଥିତିରେ ୧୦୦ କେଟି ଫିଲ୍ମିରେ ରହିବା ଅପେକ୍ଷା ଲୋକଙ୍କୁ ସାହାଯ୍ୟ କରିବାରେ ସକ୍ଷମ ହେବା ଅଧିକ ସନ୍ତୋଷଜନକ । ଯେତେବେଳେ ଲୋକମାନେ ହସ୍ପିଟାଲ ବାହାରେ ବେଡକୁ ଅପେକ୍ଷା କରନ୍ତି ସେତେବେଳେ ଆମେ ଶୋଇପାରିବୁ ନାହିଁ ବୋଲି ସେ ଟୁଇଟରରେ ଲେଖିଛନ୍ତି । ଗତବର୍ଷଠାରୁ ସେ ମେଡିକାଲ ବିଲ୍‌ରେ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବା ଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକ ଓ ଛାତ୍ରମାନଙ୍କୁ ତାଙ୍କ ଘରେ ପହଁଚାଇବା ଏବଂ ଅନେକ ରିଲିଫ୍ କାର୍ଯ୍ୟରେ ଜଡିତ ଥିଲେ ।

Related Posts