ନେତା ନହିଁ ସୁଧରେଙ୍ଗେ.. ଏପଟେ କରୋନାର ମୃତ୍ୟୁ ତାଣ୍ଡବ, ସେପଟେ ଇଲେକ୍ସନ ରାଲୀ

rally

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ କରୋନାର ପ୍ରଥମ ଲୋହରୀ ଠାରୁ ଦ୍ୱିତୀୟ ଲୋହରୀ ବେଶ ଚିନ୍ତାଜନକ । ଦ୍ୱିତୀୟ ଲୋହରୀରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ଏପରି ସମୟରେ ତେଲେଙ୍ଗାନାର ରାଜନୈତିକ ଦଳମାନେ ଏଥିପ୍ରତି ଧ୍ୟାନ ନ ଦେଇ ବିଶାଳ ରୋଡ ସୋ ଏବଂ ରାଲି କରୁଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରୁ ପ୍ରଚାର କରୁଥିବା ନେତା ମାନଙ୍କ ପାଇଁ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉଭୟ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମତି ଏବଂ ବିରୋଧୀ ବିଜେପିର ନେତାମାନେ ବିଭିନ୍ନ ଜିଲ୍ଲାରେ ବିଶାଳ ରୋଡ ସୋ ପ୍ରଦର୍ଶନ କରୁଛନ୍ତି । ଏଥିରୁ ବାଦ ପଡି ନାହିଁ କଂଗ୍ରେସ ଦଳ । ଏହି ରାଲି ମାନଙ୍କରେ ସିଧାସଳଖ ଭାବରେ ସମସ୍ତ କୋଭିଡ କଟକଣାକୁ ଉଲ୍ଲଂଘନ କରିବା ସହ ହଜାର ହଜାର ସଂଖ୍ୟକ ଲୋକ ଏଥିରେ ବିନା ମାସ୍କ ପିନ୍ଧି ଯୋଗ ଦେଇଥିଲେ ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଏପରି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟପଟେ ନାଲଗୋଣ୍ଡା ଜିଲ୍ଲାର ନାକ୍ରେକା ଠାରେ ରାଜ୍ୟ ଶକ୍ତି ମନ୍ତ୍ରୀ ଜି ଜଗଦୀଶ ରେଡ୍ଡୀ ଏକ ରୋଡ ସୋ ଚଳାଇଥିବା ବେଳେ ଏକ ବିଶାଳ ସମାବେଶରେ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ରୋଡ ସୋ’ କରିଥିଲେ । ତାଙ୍କ ସହ ଅର୍ଥମନ୍ତ୍ରୀ ହରିଶ ରାଓ ଦୁଇ ଦିନ ଧରି ଦିଦ୍ଧଦୀପରେ ପ୍ରଚାର କରିଥିଲେ । ବିରୋଧୀ ଦଳ ବିଜେପି ତେଲେଙ୍ଗାନା ୟୁନିଟ ପ୍ରଚାରରେ ଶେଷ ଦିନରେ ପ୍ରାୟ ୧୭ଟି ବିଭାଗକୁ ନେଇ ୱାରଙ୍ଗାଲ ସହରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୁଇଟି ରୋଡ ସୋ କରିଥିଲା । କିଛି ଦିନ ପୂର୍ବରୁ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ୫୦୦ରୁ ଅଧିକ ଲୋକଙ୍କୁ ନେଇ ବଡ ରାଲି କରିବେ ନାହିଁ ବୋଲି ବିଜେପି ଘୋଷଣା କରିଥିଲା । ଟ୍ୱିଟରେ ବିଜେପି ତେଲେଙ୍ଗାନା ରାଲିର କିଛି ଫୋଟ ସେୟାର କରିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ଫୋଟକୁ ଡିଲିଟ କରି ଦେଇଥିବାର ଦେଖିବା ପାଇଁ ମିଳିଛି ।

ତେଲେଙ୍ଗାନା ରାଲିରେ ବାଦ ପଡି ନାହିଁ କଂଗ୍ରେସ ଦଳ । ଦଳର ନେତା ମଲୁ ଭଟ୍ଟୀ ବିକ୍ରମାର୍କା କାମାମରେ କିଛି ବିଭାଗରେ ପ୍ରଚାର କରିଥିଲେ । । ତେବେ ଦେଶରେ ବୃହତ ନିର୍ବାଚନ ସମାବେଶ ପାଇଁ ସଂକ୍ରମଣ ବୃଦ୍ଧି ପାଇଛି ବୋଲି ଅନୁମାନ କରାଯାଉଛି । ସାଧାରଣ ଜନତାଙ୍କ ପାଖରେ ଗୋଟିଏ ଆଇନ କାମ କରୁଥିବା ବେଳେ ରାଜନେତାଙ୍କ ପାଖରେ ଆଉ ଗୋଟିଏ ଆଇନ କାମ କରୁଛି । ଦେଶର ବର୍ତ୍ତମାନ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଅଣଦେଖା କରି ବିଭିନ୍ନ ଦଳ ପ୍ରଚାର କରୁଥିବା କଥା ଅତ୍ୟନ୍ତ ନିନ୍ଦନୀୟ । ଅନ୍ୟପଟେ ସମସ୍ତଙ୍କର ମିଳିତ ପ୍ରୟାସରେ ହିଁ କରୋନାକୁ ଆମେ ହରେଇ ପାରିବା ବୋଲି କୁହାଯାଉଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ଯାହା ଅତ୍ୟନ୍ତ ଚିନ୍ତାଜନକ ।

Related Posts