ଏହା ଏକ ଭୟାନକ horror ଫିଲ୍ମ ଯାହାର ସିଧା ପ୍ରସାରଣ ଆମେ ଦେଖୁଛୁ: ବିଶାଲ ଭରଦ୍ୱାଜ

bishal

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଭେଣ୍ଟିଲେଟର ବେଡ ଅଭାବରୁ ଦିଲ୍ଲୀର ଶାସ୍ତ୍ରୀୟ କଣ୍ଠଶିଳ୍ପୀ ରାଜନ ମିଶ୍ରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ବର୍ତ୍ତମାନର ସ୍ଥିତିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଫିଲ୍ମ ନିର୍ମାତା ବିଶାଲ ଭରଦ୍ୱାଜ । ଦେଶର ସ୍ୱାସ୍ଥ୍ୟସେବା ସଙ୍କଟକୁ ଏକ ଜାତୀୟ horror ଫିଲ୍ମ ବୋଲି କହିଛନ୍ତି । କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି । ବିଶେଷ କରି ରାଜଧାନୀ ଦିଲ୍ଲୀର ଡାକ୍ତରଖାନା ଗୁଡିକରେ ଶଯ୍ୟା, ଭେଣ୍ଟିଲେଟର ଏବଂ ଅମ୍ଳଜାନର ଅଭାବ ଦେଖାଦେଇଛି । ଅନ୍ୟପଟେ ଦିଲ୍ଲୀର ଶାସ୍ତ୍ରୀୟ କଣ୍ଠଶିଳ୍ପୀ ରାଜନ ମିଶ୍ରଙ୍କ ଭେଣ୍ଟିଲେଟର ବେଡ ଅଭାବରୁ ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଭେଣ୍ଟିଲେଟର ଖୋଜିବାରେ ବିଫଳ ହେବା ପରେ ଦିଲ୍ଲୀ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏ ଖବର ପାଇ ଫିଲ୍ମ ନିର୍ମାତା ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ । ତେବେ ପଣ୍ଡିତ ରାଜନ ମିଶ୍ରଙ୍କୁ ଆମେ ହରାଇଛୁ ବୋଲି ଭରଦ୍ୱାଜ ବିଶ୍ୱାସ କରିପାରୁନାହାଁନ୍ତି । ଏବଂ ତାଙ୍କ ପାଇଁ ଏକ ଭେଣ୍ଟଲେଟର ବେଡ୍‌ର ବ୍ୟବସ୍ଥା କରିପାରିନଥିବାରୁ ସେ ଅତ୍ୟନ୍ତ ଦୁଃଖିତ ବୋଲି ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି କହିଛନ୍ତି । ଏହା ସହ ବର୍ତ୍ତମାନର ପରିସ୍ଥିତି ଏକ ଜାତୀୟ ଭୟଙ୍କର ଚଳଚ୍ଚିତ୍ର ଯାହାକୁ ଆମେ ଲାଇଭ ଦେଖୁଛୁ ବୋଲି କହିଛନ୍ତି ଭରଦ୍ୱାଜ । ଅନ୍ୟପଟେ ଗତ ବର୍ଷ ଠାରୁ COVID-19ରେ ହିନ୍ଦୀ ସାହିତ୍ୟିକ ମଞ୍ଜୁର ଅହତେଶମ୍, ଅଭିନେତା କିଶୋର ନନ୍ଦଲାସ୍କର, ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଲଲିତ ବେହଲ, ପଞ୍ଜାବୀ ଅଭିନେତା ସତୀଶ କାଉଲ, ଅଭିନେତା ସୁମିତ୍ରା ଚାଟାର୍ଜୀ, ଉର୍ଦ୍ଦୁ କବି ରାହତ ଇନ୍ଦୋରୀ, ନିର୍ମାତା ଅନିଲ ସୌରୀ ଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କର ମୃତ୍ୟୁ ଘଟିଛି।

Related Posts