ଅନୁପ୍ରଦେଶକାରୀଙ୍କ ବିଷୟରେ ଇତିହାସ ବହି ଗୁଡ଼ିକରେ ଅଧିକ ତଥ୍ୟ ରହିଛି ହେଲେ ମହାରାଜାଙ୍କ ସମ୍ପର୍କରେ ବହୁତ କମ ରହିଛି: ଅକ୍ଷୟ କୁମାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଭାରତର ଇତିହାସ ସମ୍ପର୍କରେ ଲେଖାଯାଇଥିବା ବହିଗୁଡ଼ିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇତିହାସ ବହିଗୁଡ଼ିକରେ ଭାରତୀୟ ରାଜା/ମହାରାଜାଙ୍କ ସମ୍ପର୍କରେ ବହୁତ କମ ତଥ୍ୟ ରହିଛି। ହେଲେ ଭାରତରେ ଅନୁପ୍ରବେଶ କରିଥିବା ଲୋକଙ୍କ ବିଷୟରେ ଅଧିକ ତଥ୍ୟ ଇତିହାସର ବହି ଗୁଡ଼ିକରେ ସ୍ଥାନ ପାଇଥିବା ଅକ୍ଷୟ କୁମାର କହିଛନ୍ତି। ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରାଜା ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଉପରେ ଆଧାରିତ। ଏହାର ପ୍ରମୋସନ କରିବା ବେଳେ ସେ ଏପରି ବୟାନ ଦେଇଛନ୍ତି। ଫିଲ୍ମ ପୃଥ୍ୱୀରାଜ ଚୌହାନରେ ଅକ୍ଷୟ କୁମାରଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ମାନୁସି ଛିଲ୍ଲର। ଫିଲ୍ମ ବିଷୟରେ ନିକଟରେ ଅକ୍ଷୟ କୁମାର ଏଏନ୍‌ଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି, “ଦୁଭାର୍ଗ୍ୟର ବିଷୟ ହେଉଛି ଯେ ଆମ ଇତିହାସ ବହିରେ ସମ୍ରାଟ ପୃଥ୍ୱରାଜ ଚୌହାନଙ୍କ ବିଷୟରେ କେବଳ ୨ରୁ ୩ ଧାଡ଼ି ତଥ୍ୟ ରହିଛି।

କିନ୍ତୁ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ଇତିହାସ ବହି ଗୁଡ଼ିକରେ ଅନେକ କିଛି ତଥ୍ୟ ରହିଛି। ଆମ ମହାରାଜା ଓ ସଂସ୍କୃତିରେ ବିଷୟରେ କ୍ୱିଚିତ ବିଷୟବସ୍ତୁ ଇତିହାସ ବହିଗୁଡ଼କରେ ସ୍ଥାନ ପାଇଛି। ଇତିହାସ ବହିଗୁଡ଼ିକରେ ରାଜା ଓ ମହାରାଜାଙ୍କ ସମ୍ପର୍କରେ ଲେଖିବାକୁ କେହି ନାହାନ୍ତି। ହେଲେ ସମସ୍ତେ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ତଥ୍ୟ ବହିଗୁଡ଼ିକରେ ଉଲ୍ଲେଖ କରୁଛନ୍ତି। ମୁଁ ଶିକ୍ଷାମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ନିବେଦନ କରୁଛି। ଇତିହାସ ବହିଗୁଡ଼ିକରେ ଗୋଟିଏ ସମାନ୍ତରଳ ରହିବା ଦରକାର। ଆମେ ମୋଗଲଙ୍କ ସମ୍ପର୍କରେ ଜାଣିବା। କିନ୍ତୁ ଆମକୁ ଆମ ରାଜାଙ୍କ ସମ୍ପର୍କରେ ମଧ୍ୟ ଜାଣିବା ଉଚିତ। ସେମାନେ ମଧ୍ୟ ମହାନ।” ଏହାବାଦ ଅକ୍ଷୟ ପୃଥ୍ୱୀରାଜ ଚୌହାନ ଫିଲ୍ମ ବିଷୟରେ ଅନେକ କଥା କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନନ୍‌ ପଲଟିକାଲ ସାକ୍ଷାତକାର ନେବେ ବେଳେ ଅକ୍ଷୟ କୁମାର ନର୍ଭସ ଥିବା କଥା ମଧ୍ୟ ଶୋ’ ଜରିଆରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

Related Posts