ଲକ୍ଷାଧିକ ଭାରତୀୟ ଆକାଉଣ୍ଟ ବ୍ୟାନ୍ କଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ଲକ୍ଷାଧିକ ଭାରତୀୟ ଆକାଉଣ୍ଟ ବ୍ୟାନ୍ କଲା ହ୍ୱାଟ୍ସଆପ୍।ନିୟମର ଉଲ୍ଲଂଘନ ଅଭିଯୋଗ ରେ ବ୍ୟାନ କରିଛି ହ୍ୱାଟ୍ସଆପ୍ । ଏନେଇ ମାସିକିଆ ରିପୋର୍ଟ ପ୍ରକାଶ କରିଛି ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପ୍। କେନ୍ଦ୍ର ସରକାରଙ୍କର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ (ଇଣ୍ଟରମିଡିଆରୀ ଗାଇଡ୍‌ଲାଇନ୍ସ ଆଣ୍ଡ ଡିଜିଟାଲ ମିଡିଆ ଏଥିକ୍ସ କୋଡ୍ ୨୦୨୧) ଅନୁସାରେ ଏହି ରିପୋର୍ଟ ପ୍ରକାଶ ପାଇଛି।

IT ନିୟମ ଅନୁସାରେ, ଏପ୍ରିଲ ମାସରେ ୧୬.୬ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ୍ କରାଯାଇଛି ବୋଲି ବୁଧବାର ହ୍ୱାଟ୍ସଆପ୍ ସୂଚନା ଦେଇଛି। ଏପ୍ରିଲ ମାସରେ କମ୍ପାନୀ ପାଖକୁ ୮୪୪ ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୧୨୩ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାର୍ଚ୍ଚ ମାସରେ ମଧ୍ୟ ଏଭଳି ୧୮ ଲକ୍ଷ ଆକାଉଣ୍ଟ ବ୍ୟାନ୍ କରିଥିଲା କମ୍ପାନୀ। ସେତେବେଳେ କମ୍ପାନୀକୁ ୫୯୭ ଅଭିଯୋଗ ମିଳିଥିଲା ବି ୭୪ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

ସୂଚନା ଥାଉକି ସୋସିଆଲ୍ ମିଡିଆରେ ହେଉଥିବା ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଆଇଟି ରୁଲ୍ସ ୨୦୨୧ ଆଣିଥିଲେ। ଏହି ଆଇନ ଅନୁସାରେ ଯେଉଁ ସୋସିଆଲ୍ ମିଡିଆ କମ୍ପାନୀର ଭାରତରେ ୫ ମିଲିୟନରୁ ଅଧିକ ବ୍ୟବହାରକାରୀ ଥିବା ସେମାନଙ୍କୁ ମାସିକିଆ ଅଭିଯୋଗର ରିପୋର୍ଟ ଦେବାକୁ ପଡ଼ିବ ବୋଲି କୁହାଯାଇଛି।

Related Posts