
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାନ ମସଲା ବିଜ୍ଞାପନ କରି ଫଶିଲେ ଅକ୍ଷୟ କୁମାର । ତେବେ ବିମଲ ଅଳେଇଚର ନୂଆ ବିଜ୍ଞାପନ ଏବେ ପ୍ରସାରଣ ହେଉଛି। ପୂର୍ବରୁ ଏହି ବିଜ୍ଞାପନ ଚିତ୍ରରେ ଶାହରୁଖ ଖାନ ଓ ଅଜୟ ଦେବଗନ ଅଭିନୟ କରୁଥିବା ବେଳେ ଏବେ ଅକ୍ଷୟ କୁମାରଙ୍କୁ ଦେଖା ଯାଉଛି। ଏହି ଆଡ ପ୍ରସାରଣ ପରେ ସୋସିଆଲ ମିଡିଆରେ ଖିଲାଡି କୁମାର ଏବେ ଜୋରଦାର ଟ୍ରୋଲ ହେଉଛନ୍ତି। ଏବେ ସିବିଏଫସିଙ୍କ ପୂର୍ବତନ ମୁଖ୍ୟ ପହଲାଜ ନିହାଲିନୀ ପ୍ରସଙ୍ଗରେ ନିଜ ରାୟ ରଖିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଯେବେଠୁ ଅକ୍ଷୟ କୁମାର ଟିଭିରେ ବାହାରି ମୁହଁ କେଶରୀ ବୋଲି କହିଲେଣି ତାଙ୍କ ଫ୍ୟାନସ୍ଙ୍କୁ ମଧ୍ୟ ଏହା ଖଟକଉଛି। ଏବେ ତାଙ୍କ ଉପରେ ଫିଲ୍ମ ନିର୍ମାତା ପହଲାଜ ନିହାଲିନି ବି ମନ୍ତବ୍ୟ ଦେବାରେ ଲାଗିଲେଣି। ଗୋଟିଏ ପଟେ ଜଣେ ଜଣାଶୁଣା ସୁପର ଷ୍ଟାର ଜନତାଙ୍କୁ ସିଗାରେଟ ଉପରେ ଖର୍ଚ୍ଚ ନ କରିବାକୁ ପରାମର୍ଶ ଦେଉଛନ୍ତି କିପରି ସେହି ପଇସା ସେ କିପରି ପାନମସଲା ଉପରେ ଉଡେଇବାକୁ କହୁଛନ୍ତି ସେ ନେଇ ପ୍ରଶ୍ନ କରିଛନ୍ତି ନିହାଲିନୀ। ଏପରି ବିଜ୍ଞାପନ ଜନତାଙ୍କୁ ବାସ୍ତବିକ ଭ୍ରମିତ କରିବା ଭଳି ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।