ନାଁ ରେ ବହୁତ କିଛି ଅଛି; ଖୁବଶୀଘ୍ର ଆସାମର ସହର ଓ ଗାଁ ମାନଙ୍କର ନାମ ପରିବର୍ତ୍ତନ ପାଇଁ ଲୋକଙ୍କ ପରାମର୍ଶ ମାଗିବୁ: ହିମନ୍ତ ବିଶ୍ୱ ଶର୍ମା

ଆସାମ(ସତ୍ୟପାଠ ବ୍ୟୁରୋ): ନିଜର ବୟାନକୁ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ନିକଟରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି। ଏଥିପାଇଁ କଂଗ୍ରେସ କର୍ମୀମାନେ ତାଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ବିରୋଧ ମଧ୍ୟ କରିଥିଲେ। ଏହାମଧ୍ୟରେ ହିମନ୍ତ ବିଶ୍ୱ ଶର୍ମା ଆସାମର ସହର ଏବଂ ଗାଁର ନାମ ପରିବର୍ତ୍ତନ କରିବାକୁ ସ୍ପଷ୍ଟ କରିଛନ୍ତି । ଏନେଇ ଲୋକଙ୍କଠାରୁ ପରାମର୍ଶ ନେବା ସହ ଏକ ପୋର୍ଟାଲ ଲଞ୍ଚ ହେବ ବୋଲି କହିଛନ୍ତି । ସେପଟେ ସେ ଟ୍ୱିଟ୍ କରି କହିଛନ୍ତି ଯେ “ସହର, କିମ୍ବା ଗାଁର ନାମ ଏହାର ସଂସ୍କୃତି, ପରମ୍ପରା ଏବଂ ସଭ୍ୟତାର ପ୍ରତିନିଧିତ୍ୱ କରେ। ଆସାମରେ ନାମ ପରିବର୍ତ୍ତନ ଉପରେ ଆମେ ଲୋକମାନଙ୍କର ପରାମର୍ଶ ନେବୁ । ଏବଂ ଏନେଇ ଏକ ପୋର୍ଟାଲ ମଧ୍ୟ ଲଞ୍ଚ କରିବୁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆରେ ତାଙ୍କର ଏହି ମନ୍ତବ୍ୟ ଉପରେ ଅନେକ ଲୋକ ମନ୍ତବ୍ୟ ଦେଇଥିବାର ଦେଖିବାକୁ ମିଳିଛି ।

କିଏ ଏହା ସପକ୍ଷରେ କଥା କହୁଥିବାରବେଳେ ଆଉ କିଏ ଏହାକୁ ସମାଲୋଚନା କରିବାରେ ଲାଗିଛି । କିଛି ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସେପ୍ଟେମ୍ବର ୨୦୧୬ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିବା ସହ କୋଭିଡ ଟିକାକଣଣର ପ୍ରଭାବ ଉପରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାର ଜବାବରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଯେ ଭାରତୀୟ ଜନତା ପାର୍ଟି କେବେ ରାହୁଲ ଗାନ୍ଧୀଙ୍କୁ ରାଜୀବ ଗାନ୍ଧୀଙ୍କ ପୁଅ ବୋଲି ପ୍ରମାଣ ମାଗିଛି କି? ବୋଲି ପ୍ରଶ୍ନ କରିଥିଲେ । ବାସ ଏହା ପରେ ଉଭୟ ଦଳ ମଧ୍ୟରେ ବେଶ ବୟାନବାଜି ଚାଲିଥିଲା । ଏବେ ପୁଣିଥରେ ଆସାମର ଗାଁ ଓ ସହରର ନାମ ପରିବର୍ତ୍ତନକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚାରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।

Related Posts