ଥରିଲା ଜମ୍ମୁକାଶ୍ମୀର, ୩.୨ ତୀବ୍ରତାର ଭୁକମ୍ଫ ଝଟକା ଅନୁଭୂତ

ଆଜି (ବୁଧବାର ) ଭୋର ଭୋର ରୁ ଜାମ୍ମୁକାଶ୍ମୀର ପାଲଗାମରେ ଅନୁଭୂତ ହୋଇଛି ଭୂକମ୍ପର ଝଟକା | ଭୋର ପ୍ରାୟ ୫ଟା ୪୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ପକ୍ଷରୁ ସୂଚନା ମିଳିଛି ।

ଭୂକମ୍ପର ତୀବ୍ରତା ଅଧିକ ନଥିଲେ ମଧ୍ୟ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା । ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ ।

ଏହା ପୂର୍ବରୁ ୧୦ ଫେବୃଆରୀରେ ପର୍ଯ୍ୟଟନସ୍ଥଳ ଗୁଲମର୍ଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୮ ରେକର୍ଡ କରାଯାଇଥିଲା । ଏହା ବ୍ୟତୀତ ୫ ଫେବୃଆରୀରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଥିଲା । ଜମ୍ମୁର ଉଦମପୁର, ଡୋଡା, କିସ୍ତଓ୍ବାଡ, ପୁଞ୍ଛ ସହ କାଶ୍ମୀର ଘାଟିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା |

Related Posts