ନେତୃତ୍ୱ ଉପରେ କୌଣସି ପ୍ରଶ୍ନ ନଥିଲା; ସୋନିଆଙ୍କୁ ଭେଟିବା ପରେ ଏପରି କହିଲେ ଗୁଲାମ ନବୀ ଆଜାଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଦଳରେ ନେତୃତ୍ୱ ଉପରେ ପ୍ରଶ୍ନ ଉଠିଥିଲା । ବିଶେଷକରି ଜି-୨୩ର ନେତାମାନେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଘରେ ବୈଠକ କରିବାରେ ଲାଗିଥିଲେ । ଏହା ମଧ୍ୟରେ ଜି-୨୩ର ସଦସ୍ୟ ଗୁଲାମ ନବୀ ଆଜାଦ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଥିବାର କଥା ସାମ୍ନାକୁ ଆସିଥିଲା । ଆଜାଦ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନ \’୧୦ ଜନପଥରେ \’ଭେଟିଥିଲେ। ବୈଠକ ପରେ ଗୁଲାମ ନବୀ ଆଜାଦ କହିଛନ୍ତି, \’କଂଗ୍ରେସ ସଭାପତିଙ୍କ ସହ ଏହା ଏକ ଭଲ ବୈଠକ ଥିଲା। ଏହା ଆପଣଙ୍କ ପାଇଁ ଖବର ହୋଇପାରେ କିନ୍ତୁ ଦଳର ସଭାପତିଙ୍କ ସହିତ ଏହା ଏକ ନିୟମିତ, ସାଧାରଣ ବୈଠକ । କଂଗ୍ରେସ ଦଳ କିପରି ଏକଜୁଟ ହୋଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇପାରିବ ସେନେଇ ଆଲୋଚନା କରାଯାଇଥିଲା। ନେତୃତ୍ୱର କୌଣସି ପ୍ରଶ୍ନ ନଥିଲା ।

ସିଡବ୍ଲୁସିରେ କେହି ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ଦେବାକୁ କହି ନାହାଁନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଲଗାତାର ଭାବରେ ଗୁଲାମ ନବୀ ଆଜାଦ ଦଳର ନେତୃତ୍ୱ ପରିବର୍ତ୍ତନ ଉପରେ ଯୁକ୍ତି ବାଢ଼ି ଆସୁଥିଲେ । ହଠାତ ସୋନିଆ ଗାନ୍ଧୀଙ୍କ ସହ ବୈଠକ ପରେ ଗୁଲାମ ନବୀ ଆଜାଦଙ୍କ ସ୍ୱର ପରିବର୍ତ୍ତନ ହୋଇଯାଇଥିଲା । ସେପଟେ କଂଗ୍ରେସ ସଭାପତିଙ୍କ ସହ ଆଜାଦଙ୍କ ବୈଠକର ଗୋଟିଏ ଦିନ ପୂର୍ବରୁ ଦଳର ସଦସ୍ୟ ଭୁପିନ୍ଦର ସିଂ ହୁଡା ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସୂତ୍ରରୁ ଜଣାପଡିଛି ଯେ ରାହୁଲ ଗାନ୍ଧୀଙ୍କ ସହ ଏକ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କ ସାକ୍ଷାତ ସମୟରେ ସମ୍ପ୍ରତି ବିଧାନସଭା ନିର୍ବାଚନର ଫଳାଫଳ ତଥା ଦଳକୁ ମଜବୁତ କରିବା ନେଇ ଆଲୋଚନା ହୋଇଥିଲା। ରାହୁଲ ଗାନ୍ଧୀ ହରିୟାଣାର ରାଜନୈତିକ ପରିସ୍ଥିତି ବିଷୟରେ ଆଲୋଚନା କରିବାକୁ ହୁଡାଙ୍କୁ ଡାକିଥିଲେ।

Related Posts