ୟୁକ୍ରେନ୍-ରୁଷ ଯୁଦ୍ଧକୁ ନେଇ ଚୀନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି

24 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଏହାରି ମଧ୍ୟରେ ଯୁଦ୍ଧ ପ୍ରସଙ୍ଗ କୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ । ପ୍ରାୟ ଦେଢ଼ ଘଂଟା ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି । ବାଇଡେନଙ୍କୁ ଜିନପିଙ୍ଗ କହିଛନ୍ତି, ଯୁଦ୍ଧ ଦ୍ୱାରା କାହାର ସ୍ୱାର୍ଥ ସାଧନ ହେବନାହିଁ । ଉଭୟ ଆମେରିକା ଓ ଚୀନ ଅନ୍ତର୍ଜାତୀୟ ଦାୟିତ୍ୱ ତୁଲାଇବା ଉଚିତ । ବିଶ୍ୱରେ ଶାନ୍ତି ଓ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଜିନପିଙ୍ଗ କହିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

ତେବେ ଚୀନର ପରବର୍ତି ଆଭିମୁଖ୍ୟ କ’ଣ ହେବ, ଏନେଇ କିଛି କହିନାହାନ୍ତି ରାଷ୍ଟ୍ରପତି ସି-ଜିନପିଙ୍ଗ । ପାଶ୍ଚାତ୍ୟ ଦେଶ ସହ ସ୍ୱର ମିଳାଇ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନିନ୍ଦା କରିବା ପାଇଁ ଚୀନ ଓ ଭାରତ ଉପରେ ଆମେରିକା ଚାପ ପକାଇ ଆସୁଛି ।

ସେପଟେ ୟୁକ୍ରେନରେ ଜାରି ରହିଛି ରୁଷିଆ ସେନାର ଜୋରଦାର ଆକ୍ରମଣ । ଶୁକ୍ରବାର ପଶ୍ଚିମ ୟୁକ୍ରେନର ପୋଲାଣ୍ଡ ସୀମାକୁ ଲାଗି ରହିଥିବା ଅନ୍ୟତମ ବଡ ସହର ଏଲବିଭ ଉପରେ ମିଜାଇଲ ଆଟାକ୍ କରିଛି ରୁଷିଆ । ଏଲବିଭ ଏୟାରପୋର୍ଟ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି । କେବଳ ସେତିକି ନୁହେଁ ଏଲବିଭର ଜନବସତି ଅଂଚଳରେ ବି ମିସାଇଲ୍ ଆକ୍ରମଣ କରିଛି ରୁଷ । ମିସାଇଲ ମାଡ଼ ଦ୍ୱାରା ବଡ ବଡ କୋଠା ଭାଙ୍ଗି ପଡ଼ିଛି ।

Related Posts