(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଶିଶୁ ମାନଙ୍କ ପଜିଟିଭ ଚିହ୍ନଟ ହେବା ଏବେ ଚିନ୍ତା ବଢାଇଛି। ବର୍ତ୍ତମାନ ପ୍ରତିଦିନ ୫୦୦ ରୁ ୬୦୦ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୧୫ ପ୍ରତିଶତ ୧୮ ବର୍ଷରୁ କମ୍ ବୟସର ପିଲା ଭ୍ ଚିହ୍ନଟ ହେଉଛନ୍ତି। ଗତ କିଛି ଦିନ ଭିତରେ ଶିଶୁ ଓ ବୟସ୍କଙ୍କ ବର୍ଗରେ ଅଧିକ ସଂଖ୍ୟାରେ ରୋଗୀ ଆଇସିୟୁ କିମ୍ବା ଆଇସିୟୁ ଭେଣ୍ଟିଲେଟର୍ରେ ଭର୍ତି ହେଉଥିବା ଦେଖାଯାଉଛି। ତେବେ ଆଶ୍ବସ୍ତିର ବିଷୟ ହେଉଛି ଏହି ସଂଖ୍ୟା ବିଶେଷ ଅଧିକ ନୁହେଁ, କିନ୍ତୁ ଚିନ୍ତାଜନକ ମଧ୍ୟ।
ଗତ ୫ ତାରିଖରେ ରାଜ୍ୟରେ ବୟସ୍କ ଓ ୧୮ବର୍ଷରୁ କମ୍ ପିଲାଙ୍କ ହସ୍ପିଟାଲରେ ଆଡମିଶନ ହେବାର ପରିସଂଖ୍ୟାନକୁ ତୁଳନା କଲେ ୫ ତାରିଖ ବେଳକୁ ରାଜ୍ୟରେ ୯୭ ଜଣ ରୋଗୀ ଭେଣ୍ଟିଲେଟର୍ରେ ଥିବା ବେଳେ ଏହି ସଂଖ୍ୟା ୯୯ରେ ପହଞ୍ଚିଛି। ସେହିପରି ୨ଜଣ ଶିଶୁ ଆଇସିୟୁ/ଏଚ୍ଡିୟୁରେ ରହିଛନ୍ତି ଏବଂ ଏହି ସଂଖ୍ୟା ୪କୁ ବୃଦ୍ଧି ପାଇଛି। ପୂର୍ବରୁ ୧୩ଜଣ ଶିଶୁ ସାଧାରଣ ବେଡ୍ ରେ ଥିବା ବେଳେ ଏବେ ଏହି ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ୫ ଦିନ ଭିତରେ ହସ୍ପିଟାଲରେ ଶିଶୁଙ୍କ ଆଡମିସନ୍ ୧୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି।