ମ୍ୟୁନିସିପାଲଟି ଅଧିକାରୀଙ୍କୁ ଧମକ ମାମଲା; ତାରାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱରେ(ସତ୍ୟପାଠ ବ୍ୟୁରୋ): କୋରାପୁଟ ବିଧାୟକ ତାରା ବାହିନୀପତିଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଏନେଇ ବିଜେଡି ପ୍ରତିନିଧୀ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରିଛନ୍ତି। କୋରାପୁଟ ମ୍ୟୁନିସିପାଲିଟି ଭିତରେ ସରକାରୀ ଅଧିକାରୀଙ୍କୁ ଧମକ ଦେବା ସହ ଦୁଇ ଦିନ ପରେ କୋରାପୁଟ ମ୍ୟୁନିସିପାଲିଟି କାର୍ୟ୍ୟାଳୟ ଭାଙ୍ଗିବାକୁ ଧମକ ଦେଇ ମଡେଲ ଆଚରଣ ବିଧି ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବାରୁ ତାରା ପ୍ରସାଦ ବାହିନୀପତିଙ୍କ ବିରୋଧରେ କଡ଼ା କାର୍ଯାନୁଷ୍ଠାନ ନିଆଯାଉ ବୋଲି ବିଜେଡି ଦାବି କରିଛି । ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts