ଆମେରିକା ସଂସଦକୁ ସମ୍ୱୋଧିତ କଲେ ୟୁକ୍ରେନ୍‌ ରାଷ୍ଟ୍ରପତି

ବୁଧବାର ଆମେରିକା ସଂସଦକୁ ସମ୍ୱୋଧିତ କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭେଲୋଡିମିର ଜେଲେନ୍‌ସ୍କି । ଭର୍ଚୁଆଲ୍‌ ମୋଡ୍‌ରେ ସମ୍ୱଧିତ କରି ସହଯୋଗ ଓ ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଋଷ ୟୁକ୍ରେନ ଉପରକୁ କରୁଥିବା ଆକ୍ରମଣ କୁ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସହ ତୁଳନା କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଯେଉଁଭଳି ପର୍ଲ ହାର୍ବରରେ ଆକ୍ରମଣ ହୋଇଥିଲା, ସେହିଭଳି ଋଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଛି ବୋଲି ସେ କହିଛନ୍ତି ।

ଜେଲେନ୍‌ସ୍କି ଆମେରିକା କଂଗ୍ରେସ୍‌ର ସଂଯୁକ୍ତ ସଂସଦକୁ ୧୯୪୧ ମସିହାରେ ପର୍ଲ ବର୍ଗରେ ହୋଇଥିବା ବୋମାବର୍ଷା ସମ୍ବନ୍ଧରେ ମନେ ପକାଇଥିଲେ । ୟୁକ୍ରେନ୍‌ ବର୍ତ୍ତମାନ ସେହଭଳି ସ୍ଥିତି ଦେଇ ଗତି କରୁଛି । ପ୍ରତ୍ୟକ ଦିନ ଋଷ୍‌ ସେନା ଏହାର ବିଭିନ୍ନ ସହର ଉପରେ ଆକ୍ରମଣ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।

ବର୍ତ୍ତମାନ ଆମ ଦେଶର ଭାଗ୍ୟ ନିର୍ଦ୍ଧାରଣ ନେଇ ନିଷ୍ପତ୍ତି ହେଉଛି । ଜଣା ନାହିଁ ୟୁକ୍ରେନ୍‌ବାସୀ ସ୍ୱଧୀନ ଭାବେ ବଞ୍ଚିବେ ନା ନାହିଁ । ଋଷ୍‌ କେବଳ ଆମରି ସହର ଉପରେ ଆକ୍ରମଣ କରୁନାହିଁ । ଆମର ମୂଲ୍ୟବୋଧ ବିରୋଧରେ ଏକ ଭୟଙ୍କର ଆକ୍ରମଣ କରିଛି ଋଷ୍‌ । ଏହା ଆମର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ସେ କହିଛନ୍ତି । ଆଉ କେବେ ଆମେ ପୁଣି ଥରେ ସ୍ଵାଧୀନ ଭାବେ ଆଉ ପୂର୍ବ ପରି ବଞ୍ଚିପାରିବୁ ସେନେଇ ଆଶଂକା ପ୍ରକାଶ କରିଛନ୍ତି ।

Related Posts