କମିଶନରଙ୍କୁ ଗାଳିଗୁଲଜ ଓ ଅଶାଳୀନ ବ୍ୟବହାର ଅଭିଯୋଗରେ ଜୟପୁର ମେୟରଙ୍କ ସମେତ ୩ ବିଜେପି କାଉନସିଲର ନିଲମ୍ବିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା କାଳରେ ରାଜସ୍ଥାନର ଜୟପୁର ଠାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଜୟପୁର ଗ୍ରେଟର ମ୍ୟୁନିସିପାଲିଟି କର୍ପୋରେସନ ମେୟର ଡକ୍ଟର ସୌମ୍ୟା ଗୁର୍ଜରଙ୍କ ସମେତ ତିନି ଜଣ କାଉନସିଲରଙ୍କ ନିଲମ୍ବନ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ରାଜସ୍ଥାନର ରାଜନୌତିକ ମହଲ ବେଶ୍ ସରଗରମ ହୋଇଉଠିଛି । ଏନେଇ ସୟଂ ମେୟର ଟୁଇଟରରେ ଏକ ପୋଷ୍ଟ ସେୟାର କରିବା ସହ ସତ୍ୟକୁ ବିଚଳିତ କରାଯାଇପାରେ କିନ୍ତୁ ପରାଜିତ ନୁହେଁ ବୋଲି କହିଛନ୍ତି । ଅପରିପକ୍ଷେ ଗୁର୍ଜରଙ୍କ ବ୍ୟତୀତ ଗେହଲଟ ସରକାର ତିନିଜଣ ବିଜେପି କାଉନସିଲର ଯଥାକ୍ରମେ ପରାସ ଜେନା, ଅଜୟ ଚୌହାନ ଏବଂ ଶଙ୍କର ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି। ତେବେ ମେୟର ସୋମିଆ କମିଶନରଙ୍କୁ ଅଶାଳୀନ ଭାଷା ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା । କେବଳ ଏତିକି ନୁହେଁ ବରଂ ମେୟରଙ୍କ ଉପସ୍ଥିତି ଏବଂ ସମ୍ମତି ସହିତ କାଉନସିଲରଙ୍କ ଦ୍ୱାରା କମିଶନରଙ୍କୁ ଅପବ୍ୟବହାର କରାଯାଇଥିବାର ଅଭିଯୋଗ ହୋଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ରାଜସ୍ଥାନ ସରକାର ମେୟର ସୌମ୍ୟା ଗୁର୍ଜର ଏବଂ ତିନି ଜଣ ବିଜେପି କାଉନସିଲରଙ୍କୁ ନିଲମ୍ୱିତ୍ କରିଥିଲେ । ତେବେ ଘଟଣାର ସଂପୂର୍ଣ୍ଣ ଅନୁସନ୍ଧାନ ପରେ ନିଲମ୍ୱିତ୍ ନିଷ୍ପତ୍ତି ନିଆଯାଇଛି ବୋଲି ରାଜସ୍ଥାନ ସରକାର ସ୍ପଷ୍ଟ କରିଛନ୍ତି । ଏହା ସହ ମେୟରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗମ୍ଭୀର ପ୍ରକୃତିର ଏବଂ ସେ ମେୟରଙ୍କ କାର୍ଯ୍ୟାଳୟରେ ଥିବାବେଳେ ନ୍ୟାୟିକ ତଦନ୍ତ ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଥିବାରୁ ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି ବୋଲି ରାଜସ୍ଥାନ ସରକାର ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜସ୍ଥାନ ସରକାରଙ୍କ ଏପରି ନିଷ୍ପତ୍ତିକୁ ସହଜରେ ହଜମ କରିପାରୁ ନାହାଁନ୍ତି ରାଜ୍ୟ ବିଜେପି
ସଭାପତି ଡକ୍ଟର ସତୀଶ ପୁନିୟା । ସେ କହିଛନ୍ତି, ଇତିହାସ ସାକ୍ଷୀ ଅଛି ଯେ ଜୁନ୍ ମାସରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା ଏବଂ କଂଗ୍ରେସର ଅବନତି ଆରମ୍ଭ ହୋଇଥିଲା । ମେୟର ଏବଂ କାଉନସିଲରଙ୍କ ନିଲମ୍ବନ ଅତି ଦୁର୍ଭାଗ୍ୟଜନକ। ଏହା ହିଁ ରାଜସ୍ଥାନରେ କଂଗ୍ରେସର ପତନ ହେବାର କାରଣ ହେବ ଏବଂ ବିଜେପି ସମସ୍ତ ପ୍ରକାର ନ୍ୟାୟ ମୂଳକ ଲଢେଇ ପାଇଁ ପ୍ରସ୍ତୁତ ଅଛି ବୋଲି
ସତୀଶ ପୁନିୟା କହିଛନ୍ତି ।

Related Posts