୩ ଓଡ଼ିଆ ପିଲାଙ୍କୁ ସାହସିକତା ପୁରସ୍କାର

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ୬୩ ତମ ଜାତୀୟ ସାହସିକତା ପୁରସ୍କାର ପାଇଁ ନାଁ ଘୋଷଣା ହୋଇଛି । ଭାରତୀୟ ବାଲ କଲ୍ୟାଣ ପରିଷଦ ପକ୍ଷରୁ ଘୋଷଣା ହୋଇଥିବା ଏହି ତାଲିକାରେ ୧୨ଟି ରାଜ୍ୟର ୧୦ ଝିଅ ଓ ୧୨ ଜଣ ପୁଅ ମୋଟ ୨୨ଜଣଙ୍କ ମଧ୍ୟରୁ ୩ ଜଣ ଓଡ଼ିଆ ପିଲା ରହିଛନ୍ତି । ଏମାନଙ୍କ ମଧ୍ଯରୁ କେରଳର ୧୫ ବର୍ଷର ମାଷ୍ଟର ଆଦିତ୍ଯ କେଙ୍କୁ ସର୍ବୋଚ୍ଚ ଭାରତ ପୁରଷ୍କାର ଦିଆଯାଉଥିବା ବେଳେ, କେନ୍ଦ୍ରାପଡ଼ାର ପୁର୍ନିମା ଗିରି ଓ ସବିତା ଗିରୀଙ୍କୁ dhruva ପୁରଷ୍କାର ଏବଂ ଅନୁଗୁଳର ଶ୍ରୀମତୀ ବଡ୍ରାଙ୍କୁ ପ୍ରହ୍ଲାଦ ପୁରଷ୍କାର ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ୨ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା ଗିରି ଏବଂ ଅନୁଗୁଳର ଶ୍ରୀମନ୍ତି ବଦ୍ରା । ହୁକିଟୁଲାରୁ ବଣଭୋଜି ସାରି କୁଜଙ୍ଗକୁ ଫେରିବାବେଳେ ଡ଼ଙ୍ଗା ବୁଡି ଯିବାରୁ ୧୦ଜଣ ମୃତ୍ୟୁବରଣ କରିଥିଲେ। ସେହି ସମୟରେ ଏହି ଦୁଇ ଭଉଣୀ ଦେବଦୂତ ସାଜି ୪୫ ଜଣଙ୍କର ଜୀବନ ରକ୍ଷା କରିଥିଲେ । ସେହିପରି ଅନୁଗୁଳ ର ଶ୍ରୀମନ୍ତି ବଦ୍ରା ନିଜ ସାଙ୍ଗର ଜୀବନକୁ ରେଳଗାଡ଼ି ସାମ୍ନାରୁ ରକ୍ଷା କରି ଚର୍ଚ୍ଚାକୁ ଆସିଥିଲେ । ଏହି ୩ ଜଣଙ୍କୁ ଅସୀମ ସାହସିକତା ପାଇଁ ଅନ୍ୟ ସାହସୀ ପିଲାଙ୍କ ସହ ସମ୍ମାନିତ କରାଯିବ ।

ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଦେଶର ଏହି ସାହସୀ ପିଲାମାନଙ୍କୁ ନୂଆଦିଲ୍ଲୀରେ ପୁରସ୍କୃତ କରାଯାଇଛି। ପ୍ରତିବର୍ଷ ଏହି ସାହସୀ ପିଲାମାନେ ସାଧାରଣ ତନ୍ତ୍ର ଦିବସ ପରେଡରେ ଭାଗ ନେଉଥିବା ବେଳେ ୨ ବର୍ଷ ହେଲା ଏଥିରୁ ବଞ୍ଚିତ ଥିବାରୁ ସେମାନେ ଅସୋନ୍ତୋଷ ପ୍ରକାଶ କରିଛନ୍ତି। ୧୯୫୮ ମସିହା ଫେବ୍ରୁଆରି ୪ ତାରିଖରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଦୁଇ ଜଣ ପିଲାଙ୍କୁ ସାହସ ଓ ସେବା ପାଇଁ ଏହି ପୁରସ୍କାର ପ୍ରଦାନ କରିଥିଲେ। ସେବେଠାରୁ ସ୍ୱେଚ୍ଛାସେବୀ ସଙ୍ଗଠନ ‘ଆଇସିସିଡବ୍ଲୁ’ ପ୍ରତିବର୍ଷ ପିଲାମାନଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରି ଆସୁଛି।

Related Posts