ନବୀନଙ୍କ ବଡ ଘୋଷଣା -ବରଗଡରେ ସ୍ଥାପନ ହେବ କ୍ୟାନସର ହସ୍ପିଟାଲ୍

ବରଗଡରେ ହେବ କ୍ୟାନସର ହସ୍ପିଟାଲ। ଦିନିକିଆ ବରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି  ।  ଏଠାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେଲେ ବହୁ ଗରୀବ ରୋଗୀ ଉନ୍ନତମାନର ଚିକିତ୍ସା  ଓ ସୁବିଧା ପାଇପାରିବେ  ।  ବରଗଡ ଜିଲ୍ଲାର ମୂଖ୍ୟ ଚିକିତ୍ସାଳୟ କୋଠା  ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ  । ନବୀନ ବରଗଡର ମନ୍ଦଳିଆ ପଡିଆରେ ଓହ୍ଳାଇବା ପରେ 70 କୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ  ।  59 କୋଟି 44 ଲକ୍ଷ ଟଙ୍କାର 22 ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  । ଏହାସହ ସେ ବରଗଡରେ ଏକ ସାଇନ୍ସ ପାର୍କ ମଧ୍ୟ ଉଦଘାଟନ କରିଛନ୍ତି  । । ବରଗଡ ଜିଲ୍ଲା ମେଡିକାଲକୁ 300 ଶଯ୍ୟା ବିଶିଷ୍ଟ କରିବାକୁ ମଧ୍ୟ ସେ ପ୍ରତିଶ୍ରୁତି  ଦେଇଛନ୍ତି  ।  ଏଥିସହ ଉଭୟ ସ୍ଥାନର ଉନ୍ନତିକରଣ ବାବଦରେ ସମସ୍ତ ଖର୍ଚ୍ଚ  ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । ଏହାପରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ ମାଆ ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ  ।  ଏହି ଅବସରରେ ସେ କହିଛନ୍ତି ମନ୍ଦିର ଉନ୍ନତି ପାଇଁ କଣ ସବୁ ଆବଶ୍ୟକ ସେଥିପାଇଁ ସମଲେଶ୍ବରୀ ମନ୍ଦିରକୁ ଏକ ଏକ୍ସପର୍ଟ ଟିମ୍ ପଠାଯିବ  । ଏହାସହ ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

 

Related Posts