ଶରଧାବାଲିରେ ପହଞ୍ଚିଲା ତିନି ରଥ

ଭୁବନେଶ୍ୱର,୦୮/୭(ସତ୍ୟପାଠ ବ୍ୟୁରୋ): ବଡ଼ଦାଣ୍ଡରେ ସୋମବାର ସକାଳୁ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମରିଚୀକୋଟ ଛକ ନିକଟରେ ଅଟକିଥିବା ତାଳଧ୍ୱଜ ରଥକୁ ଟାଣି ନେଇଥିଲେ। ହେଲେ ମଧ୍ୟାହ୍ନରେ ଶରଧାବାଲିରେ ପହଞ୍ଚିଛି ବଡ଼ଠାକୁରବଳଭଦ୍ରଙ୍କ ତାଳଧ୍ୱଜ ରଥ। ପଛେପଛେ ମା’ ସୁଭଦ୍ରାଙ୍କ ଦର୍ପଦଳନ ଓ ପଛରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଞ୍ଚିଛନ୍ତି।

ଦୁଇଦିନର ଯାତ୍ରା ପରେ ଶେଷରେ ଜନ୍ମସ୍ଥାନରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧା ମୂରତି । ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଛନ୍ତି ବଡବାଡସାମନ୍ତ ବଡ଼ଠାକୁର ଶ୍ରୀବଳଦେବ ଗୋସାଇଁ ଓ ହଳଦୀମୁଖୀ ମା’ ସୁଭଦ୍ରା। ବଳଭଦ୍ରଙ୍କ ତାଳଧ୍ବଜ ପରେ ତାଙ୍କ ପଛେ ପଛେ ଘର୍ଘରନାଦ କରି ଆସି ପହଞ୍ଚିଛନ୍ତି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ। ତାଙ୍କ ପଛରେ ରହି ରହି ଗୁଣ୍ଡିଚା ମନ୍ଦିିରରେ ପହଞ୍ଚିଛନ୍ତି ବ୍ରହ୍ମାଣ୍ଡଗୋସାଇଁ କାଳିଆ ଠାକୁର। ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ ।

ଏଇଠାରୁ ଜନ୍ମବେଦୀକୁ ପହଣ୍ଡି କରି ଯିବେ ତିନି ଠାକୁର । ସେଠାରେ ନଅ ଦିନ ରହି ଗୁଣ୍ଡିଚା ରାଣୀଙ୍କ ଶ୍ରଦ୍ଧା ଗ୍ରହଣ କରି ମାନବୀୟ ଲୀଳା କରିବେ । ପୁଣି ୯ ଦିନ ପରେ ଫେରିଯିବେ ନିଜ କର୍ମସ୍ଥାନ ଶ୍ରୀମନ୍ଦିରକୁ । 

 ଦୀର୍ଘ ୫୩ ବର୍ଷ ପରେ ବିରଳ ସଂଯୋଗ କ୍ରମେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ଚଳିତ ବର୍ଷ ଦୁଇଦିନ ରଥଟଣା ହେଉଛି। ଏନେଇ ଶ୍ରୀକ୍ଷେତ୍ର ଭକ୍ତମୟ ହୋଇପଡ଼ିଛି। ଆଧ୍ୟାତ୍ମିକ ପରିବେଶ ମଧ୍ୟରେତିନିରଥ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଥିଲା। ତେବେ ସା ହୋଇଯିବାରୁ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରୀଚିକୋଟ ଛକ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରାଜନଅର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିଛିବାଟ ଗଡ଼ି ଶ୍ରୀମନ୍ଦିର ନିକଟରେ ଅଟକି ରହିଥିଲା।

Related Posts