ମାଦ୍ରାସାରେ ଦିଆଯାଉଛି ଗଳା କାଟିବାର ଟ୍ରେନିଂ: କେରଳ ରାଜ୍ୟପାଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ ଉଦୟପୁର ହତ୍ୟା ମାମଲାରେ ଜଣେ ଟେଲରଙ୍କୁ ନିର୍ମମ ହତ୍ୟା କରାଯାଇଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ଏହା ଉପରେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ବିବାଦୀୟ ବୟାନ ରଖିଛନ୍ତି । ସେ କହିଛନ୍ତି ମାଦ୍ରାସାରେ ପାଠପଢାଯାଉଛି ଯେ, ଗଳାକାଟି ସମସ୍ତଙ୍କୁ ସଜା ଦିଆଯିବ । ମୁସଲିମ ଆଇନ କୁରୋନରୁ ଆସିନଥାଏ । ଏହାକୁ ଜଣେ ବ୍ୟକ୍ତି ଲେଖିଥାଏ । ଏଥିରେ ମୁଣ୍ଡ କାଟିବାର ଆଇନ ରହିଛି ଏବଂ ଏହି ଆଇନ ପିଲାମାନଙ୍କୁ ମାଦ୍ରାସାରେ ପଢାଯାଉଛି । ସେପଟେ ବିଜେପି ରାଜସ୍ଥାନରେ ଏହି ହତ୍ୟା ଘଟଣାକୁ ଆତଙ୍କବାଦୀ ଆକ୍ରମଣ କହିଛି । ବିଜେପି ପକ୍ଷରୁ କୁହାଯାଇଛି ଏହା କୌଣସି ସାମାନ୍ୟ ହତ୍ୟାକାଣ୍ଡ ନୁହେଁ । ଏହା ଆତଙ୍କବାଦୀ ଆକ୍ରମଣ ।

ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋର ଅଭିଯୋଗ କରିଛନ୍ତି, ରାଜସ୍ଥାନରେ ମୌଳବାଦୀଙ୍କ ଆଡ୍ଡାସ୍ଥଳୀ ବନିଯାଇଛି । ଦେଶ ବାହାରର ଆତଙ୍କବାଦୀ ସଂଗଠନକୁ ଆଗକୁ ବଢିବାରେ ରାଜ୍ୟର ଭୂମିକୁ ବ୍ୟବହାର କରାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହଲ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।

Related Posts