ସୋସିଆଲ ମିଡିଆରେ ସରକାରଙ୍କ ବିରୋଧରେ ପୋଷ୍ଟ ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା TIFR

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟାଟା ଇନଷ୍ଟିଚ୍ୟୁଟ୍ ଅଫ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ ଏହାର କର୍ମଚାରୀମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସରକାରୀ ବିରୋଧୀ, ସଂସ୍ଥା ଚିତ୍ର ଏବଂ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେଇଛି । କେବଳ ଏତିକି ନୁହେଁ ବରଂ ନିଜ ପରିବାରର ସଦସ୍ୟ ଏବଂ ବିଶେଷକରି ପିଲାମାନଙ୍କୁ ମଧ୍ୟ ଏପରି ପୋଷ୍ଟ ନକରିବାକୁ କହିଛନ୍ତି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଟିଆଇଏଫଆର ସ୍ପଷ୍ଟ କରିଛି ଯେ ଏହି ଆଦେଶ ନୂଆ ନୁହେଁ। ନିର୍ଦ୍ଦେଶାବଳୀ ସମ୍ବନ୍ଧୀୟ ଶବ୍ଦଗୁଡ଼ିକୁ ଭୁଲ ଭାବରେ ବ୍ୟାଖ୍ୟା କରାଯାଇଛି ବୋଲି କହିଛନ୍ତି । ସେପଟେ ଏପ୍ରିଲ ୧୩ ତାରିଖ ଦିନ ଏକ ଚିଠିରେ, ଟିଆଇଏଫଆର ରେଜିଷ୍ଟ୍ରାର ୱିଙ୍ଗ କମାଣ୍ଡର ଜର୍ଜ ଆଣ୍ଟୋନି, ପରମାଣୁ ଶକ୍ତି ବିଭାଗ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଥିବା ମନ୍ତବ୍ୟକୁ ଉଲ୍ଲେଖ କରି କହିଛନ୍ତି ଯେ ଫେସବୁକ, ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡିଏଇ କାର‌୍ୟ୍ୟାଳୟ ଏବଂ ସୁବିଧାଗୁଡ଼ିକର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଥିଲା ।

ସେ କହିଛନ୍ତି ଯେ କିଛି ଅସନ୍ତୁଷ୍ଟ କର୍ମଚାରୀ ସୋସିଆଲ ମିଡିଆରେ ସରକାରୀ ବିରୋଧୀ ଜିନିଷ ସେୟାର କରୁଛନ୍ତି। ସେପଟେ ଟାଟାର ଟିଆଇଏଫଆର ଇନଷ୍ଟିଚ୍ୟୁଟ୍ କେନ୍ଦ୍ର, ଫିଲ୍ଡ ଷ୍ଟେସନ୍, ଆବାସିକ କଲୋନୀ କିମ୍ବା ଅନ୍ୟ କୌଣସି ସରକାରୀ ସମ୍ପତ୍ତି ସହ ଜଡିତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କୌଣସି ଭିଡିଓ ଅପଲୋଡ୍ ନକରିବାକୁ ନିର୍ଦ୍ଦେଶରେ କୁହାଯାଇଛି । କୌଣସି ବିବାଦୀୟ ବିବୃତ୍ତି ମଧ୍ୟ ଅଂଶୀଦାର କରନ୍ତୁ ନାହିଁ । କାରଣ ଏହା ସୁରକ୍ଷାକୁ ନଷ୍ଟ କରିପାରେ । କିମ୍ବା ବୋଧହୁଏ ଗମ୍ଭୀର ସୂଚନା ଭୁଲ ହାତରେ ଶେଷ ହୋଇପାରେ ବୋଲି କୁହାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts