ଆକ୍ସନ ସିନ୍‌ ବେଳେ ଟାଇଗର ଶ୍ରଫ୍ ଙ୍କ ଭାଙ୍ଗିଲା ଗୋଡ଼

ମୁମ୍ଵାଇ : ଆକ୍ସନ ଷ୍ଟାର ଟାଇଗର ଶ୍ରଫ୍ ଙ୍କ ଗୋଡ଼ ଭାଙ୍ଗି ଯାଇଛି । ଡ୍ୟାନ୍ସ ହେଉ ବା ଆକ୍ସନ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ, ଏବେ ସେ ଆହତ ହୋଇଛନ୍ତି। ଯାହାକୁ ନେଇ ସେ ସୋସିଆଲ୍ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।

ନିକଟରେ ସେ ଫାଇଟ୍ ସିନର ସୁଟିଙ୍ଗ କରୁଥିଲେ। ଏହି ସମୟରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ଏନେଇ ସେ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ଲେଖିଛନ୍ତି କି ଏକ କଂକ୍ରିଟ୍ ୱାସ ମେସିଂକୁ ଭାଙ୍ଗିବା ସମୟରେ ଗୋଡ ଭାଙ୍ଗି ଯାଇଛି। ମୁଁ ଭାବୁଥିଲି କି ଏହା ସହଜରେ କରିନେବି କିନ୍ତୁ ମୋ ଆତ୍ମବିଶ୍ଵାସ ଭୁଲ୍ ସାବ୍ୟସ୍ତ ହୋଇଥିଲା। ବର୍ତ୍ତମାନ ସେ ବିଶ୍ରାମ ନେଉଛନ୍ତି। କୁହାଯାଉଛି ସାମନ୍ୟ ଫ୍ୟାକଚର ହୋଇଛି। ଠିକ୍‌ ହେଲା ପରେ ପୁଣି ଥରେ ସୁଟ୍‌ କରିବେ।

କହିବାକୁ ଗଲେ ରିପୋର୍ଟରେ ଦର୍ଶାଯାଇଛି କି ଟାଇଗରଙ୍କର ହାତରେ ଆଗକୁ ବହୁତ ପ୍ରୋଜେକ୍ଟ ଅଛି । ସେଥିମଧ୍ୟରୁ ଆଗାମୀ ଦୁଇଟି ଫିଲ୍ମ ହେଉଛି ଗଣପତ୍ ଅନ୍ୟଟି ଖିଲାଡି କୁମାରଙ୍କ ସହ ବଡେ ମିଆଁ ଛୋଟେ ମିଆଁ। ଗଣପତରେ ପୁଣି ଥରେ ଟାଇଗରଙ୍କ ସହ ନଜର ଆସିବେ କ୍ରିତି। ଯାହାକୁ ନେଇ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି।

Related Posts