ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କୁ ହରାଇଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଦଳର ମୁଖ୍ୟ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଶୁଭେନ୍ଦୁ ଆଧୀକାରୀଙ୍କୁ ପରାସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ୧୨ ଶହ ଭୋଟ୍‌ରେ ହରାଇଛନ୍ତି ମମତା । ପ୍ରାରମ୍ଭିକ ଟ୍ରେଣ୍ଡରେ , ଶୁଭେନ୍ଦୁ ମମତା ବାନାର୍ଜୀଙ୍କୁ ପଛରେ ପକାଉଥିବା ଦେଖାଯାଉଥିଲା। କିନ୍ତୁ ଅନ୍ତିମ ରାଉଣ୍ଡ ଗଣତି ପରେ ମମତା ବାନାର୍ଜୀ ହରାଇଛନ୍ତି। ଟିଏମସିର ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରାଜନାଥ ସିଂହ । ଏହା ସହ ଦେଶର ବିଭିନ୍ନ ଦଳର ନେତା ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନସିପି ସୁପ୍ରିମୋ ଶରଦ ପୱାର, ଆରଜେଡି ନେତା ତେଜସ୍ୱୀ ଯାଦବ, ଜାମ୍ମୁ କାଶ୍ମୀରର ପୂର୍ବତନ ସିଏମ ମେହବୁବା ମୁଫତିଙ୍କ ସମେତ ଅନେକ ନେତା ଦିଦିଙ୍କୁ ଏକ ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Related Posts