କେରଳରେ ବିଜେପିକୁ ଜବରଦସ୍ତ ଝଟକା, ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ ଦୁଇଟି ଆସନରେ ଶୋଚନୀୟ ପରାସ୍ତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେରଳରେ ବିଜେପିକୁ ଲାଗିଛି ବଡ ଝଟକା । ବିଜେପିର ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ ଦୁଇଟି ଆସନରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଦୁଇଟି ଯାକ ଆସନରେ ପରାଜୟ ବରଣ କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ସୁରେନ୍ଦ୍ରନ ମାଞ୍ଜେଶ୍ୱରା ଓ କୋନ୍ନି ଆସନରୁ ପାର୍ଥିପତ୍ର ଦାଖଲ କରିଥିଲେ । କିନ୍ତୁ ଉଭୟ ଆସନରେ ଶୋଚନୀୟ ପରାସ୍ତ ବରଣ କରିଛନ୍ତି । ଏହା ଦଳ ପାଇଁ ଏକ ବଡ ଝଟକା ଦେଇଛି । ଅନ୍ୟପଟେ ଦେଖିବାକୁ ଗଲେ ୪୦ ବର୍ଷ ବ୍ୟବଧାନ ପରେ ଏଲଡିଏଫ ଲଗାତର ଦୁଇଥର କେରଳରେ ସରକାର ଗଠନ କରିବାକୁ ଯାଉଛି । ଲୋକମାନେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଉପରେ ଭରଷା କରିଥିବାରୁ ଦଳ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି । ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ, ଏଲଡିଏଫ କଂଗ୍ରେଶ ନେତୃତ୍ୱାନଡଧୀନ ୟୁଡିଏଫ ୪୪ ଟି ଆସନରେ ଥିବା ବେଳେ ଏଲଡିଏଫ ୯୩ଟି ଆସନରେ ଆଗରେ ଅଛି । ଅନ୍ୟାନ୍ୟ ଦଳ ୩ ଟି ଆସନରେ ଆଗରେ ଅଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥୀ ମେଟ୍ରୋମ୍ୟାନ ଇଶ୍ରୀଧରନ ମଧ୍ୟ କଂଗ୍ରେସର ଶାଫି ପାରମ୍ବିଲଙ୍କ ଠାରୁ ୪୯୧ ଖଣ୍ଡ ଭୋଟରେ ପଛରେ ରହିଛନ୍ତି । ଗଣତି ଆରମ୍ଭରୁ ଲଡିରେ ଥିଲେ କିନ୍ତୁ ଏବେ ପଛରେ ଅଛନ୍ତି । କେରଳରେ ୧୪୦ ଟି ଆସନ ଥିବା ବେଳେ ସରକାର ଗଠନ ପାଇଁ ୭୧ଟି ଆସନ ଆବଶ୍ୟକ ।

Related Posts