(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରବିବାର ପଶ୍ଚିମବଙ୍ଗ ସମେତ ତାମିଲନାଡୁ, ଆସାମ, ପୁଡୁଚେରୀ ଓ କରେଳ ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତେବେ ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ଉପରେ ରହିଥିଲା। ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ନିଜର ଗଡ଼ ବଜାୟ ରଖିବା ଏକରକମ ନିଶ୍ଚିତ ଜଣାପଡ଼ୁଛି । ଏହି ନିର୍ବାଚନରେ ଟିଏମସି ଏବଂ ଏମ.କେ ଷ୍ଟାଲିନଙ୍କ ପାର୍ଟି ଡିଏମକେର ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ବଡ଼ ଘୋଷଣା କରିଛନ୍ତି। ସେ ନିର୍ବାଚନ ରଣନୀତି ଛାଡିବାକୁ ଘୋଷଣା କରିଛନ୍ତି। ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ଯେ ସେ ବର୍ତ୍ତମାନ ଏହି କାର୍ଯ୍ୟ ଛାଡିବାକୁ ଯାଉଛନ୍ତି। ମମତା ବାନାର୍ଜୀ ପୁଣି ଥରେ ବଙ୍ଗଳା ନିର୍ବାଚନରେ ପୁଣି ଥରେ ବିଜୟୀ ହେବାକୁ ଯାଉଛନ୍ତି। ତାଙ୍କ ବିଜୟ ପଛରେ ପ୍ରଶାନ୍ତ କିଶୋରଙ୍କ ଏକ ବଡ଼ ଯୋଗଦାନ ରହିଛି । ସେ କହିଥିଲେ ଯେ ଯଦି ବିଜେପି 100 ଟି ଆସନ ଜିତେ ତେବେ ସେ ନିର୍ବାଚନ ରଣନୀତି କାର୍ଯ୍ୟ ଛାଡିଦେବେ। 21 ଡିସେମ୍ବର 2020 ରେ ତାଙ୍କ ଟ୍ୱିଟରେ ସେ କହିଛନ୍ତି ଯେ ,” ଗଣମାଧ୍ୟମରେ ଏତେ ମାତ୍ରାରେ ପ୍ରଚାର ହେବା ପରେ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଅତିକ୍ରମ କରିପାରିବ ନାହିଁ। ଏହି ଟୁଇଟ୍ ସେଭ୍ କରି ରଖନ୍ତୁ ଏବଂ ଯଦି ବିଜେପି ଏହାଠାରୁ ଭଲ କରେ ତେବେ ମୁଁ ମୋର କାର୍ଯ୍ୟ ଛାଡିଦେବି। ‘
Related Posts
-
Copyright © SatyaPatha2021