ମନ୍ତ୍ରୀଙ୍କ ଜୋତା ଓଦା ନ ହେଉ; ତାମିଲନାଡ଼ୁ ମନ୍ତ୍ରୀଙ୍କୁ କାନ୍ଧରେ ବୋହି ଡଙ୍ଗାରୁ ଓହ୍ଲାଇଲେ ମତ୍ସ୍ୟଜୀବୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତାମିଲନାଡୁର ମତ୍ସ୍ୟ ସମ୍ପଦ ଓ ପଶୁ ପାଳନ ମନ୍ତ୍ରୀ ଅନୀଥା ଆର ରାଧାକ୍ରିଷ୍ଣନ୍ ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ମନ୍ତ୍ରୀଙ୍କୁ କିଛି ମତ୍ସ୍ୟଜୀବୀ ଏବଂ ସମର୍ଥକ ମାନେ ତାଙ୍କୁ ଟେକି କୂଳକୁ ନେଇଯାଉଛନ୍ତି। କାରଣ ମନ୍ତ୍ରୀ ପିନ୍ଧିଥିବା ଧଳା ସ୍ପୋର୍ଟସ୍ ଜୋତା କିପରି ଓଦା ନହେବ ସେଥିପାଇଁ ସେ ତାଙ୍କ ସମର୍ଥକ ଏବଂ କିଛି ମତ୍ସ୍ୟଜୀବୀଙ୍କ ସହାୟତା ନେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ସମୁଦ୍ର କୂଳରେ ହେଉଥିବା ମୃତ୍ତିକା କ୍ଷୟର ଯାଞ୍ଚ କରିବା ପାଇଁ ମନ୍ତ୍ରୀ ପାଲାଭରକଡୁରେ ଗସ୍ତରେ ଥିଲେ। ୬୮ ବର୍ଷୀୟ ନେତା ଆର ରାଧାକ୍ରିଷ୍ଣନ୍ ମୃତ୍ତିକା କ୍ଷୟର ପ୍ରଭାବ ଯାଞ୍ଚ କରିବାକୁ ସେଠାକୁ ଯାଇଥିଲେ । ଡଙ୍ଗା ସହାୟତାରେ ସମୁଦ୍ର କୂଳ ନିକଟରେ ପହଞ୍ଚି ଥିଲେ। କିନ୍ତୁ କୂଳରେ ପହଞ୍ଚିବା ପରେ ସେଠାରୁ ସ୍ଥଳ ଭାଗକୁ ଯିବା ପାଇଁ ପାଦରେ ଚାଲି ଯିବାକୁ ପଡ଼ିବ। 

             କିନ୍ତୁ ସମୁଦ୍ର କୂଳରେ ସ୍ଥଳ ଭାଗକୁ ଯିବାକୁ ହେଲେ ପାଦ ଓଦା ହୋଇଯିବ। କିନ୍ତୁ ମନ୍ତ୍ରୀ ଚାହୁଁ  ନଥିଲେ ଯେ ତାଙ୍କର ଧଳା ସ୍ପୋର୍ଟସ୍ ଜୋତା ଓଦା ହୋଇଯାଉ । ତେଣୁ , ସେ ଜଣେ ମତ୍ସ୍ୟଜୀବୀଙ୍କୁ ତାଙ୍କୁ ସ୍ଥଳ ଭାଗ ପର୍ଯ୍ୟନ୍ତ ବୋହି ନେବାକୁ କହିଥିଲେ । ସେହି ସମୟରେ ତାଙ୍କ ସମର୍ଥକ ଏବଂ ଅନ୍ୟ ମତ୍ସ୍ୟଜୀବୀମାନେ ସହାୟତା ପାଇଁ ତାଙ୍କ ଚାରିପାଖରେ ଘେରି ରହିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ୨୦୦୧,୨୦୦୬ ମସିହାରେ ଅନୀଥା ଆର ରାଧାକ୍ରିଷ୍ଣନ୍ ତାମିଲନାଡୁର ତିରୁଚେଣ୍ଡୁର ବିଧାନସଭା ଆସନରୁ AIADMK ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ, ୨୦୦୯ (ଉପ-ନିର୍ବାଚନ) ୨୦୧୧,୨୦୧୬,୨୦୨୧ ରେ ସେ DMK ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ​​ସେ ତିରୁଚେଣ୍ଡୁର ନିର୍ବାଚନମଣ୍ଡଳୀରୁ ଜିତିଥିଲେ ଏବଂ ମତ୍ସ୍ୟ ଏବଂ ପଶୁପାଳନ ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଉଛନ୍ତି। 

Related Posts